ଦଶମ ପାସ ପିଲାଙ୍କ ପାଇଁ ITBP ରେ ସରକାରୀ ଚାକିରି ସୁଯୋଗ, କରନ୍ତୁ ଅନଲାଇନ ଆବେଦନ
ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ଦେଶ ସେବା। ତେବେ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ (ITBP) ରେ ସରକାରୀ ଚାକିରି ପାଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ITBP ଦ୍ୱାରା ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ କନଷ୍ଟେବଲ, ହେଡ୍ କନଷ୍ଟେବଲ ଆଦି ବିଭିନ୍ନ ପଦବୀ ପୂରଣ ହେବ।
ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏଠାରେ ୮୧୯ ପଦବୀ ଖାଲି ପଡିଛି । ଖାଲିପଡିଥିବା ପଦବୀ ମଧ୍ୟରେ କୁକ, ୱେଟର କ୍ୟାରିଅର, ୱେଟର(କିଚେନ ସର୍ଭିସେସ) ରହିଛି । ଇଣ୍ଡୋ ତିବ୍ଦତ ବର୍ଡର ପୋଲିସ କନଷ୍ଟେବଳ ପଦବୀରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ itbpolice.nic.in ଯାଇ ଚେକ୍ କରିପାରିବେ।
ଜରୁରୀ ତାରିଖ : ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଶିକ୍ଷାଗତ ଯୋଗ୍ୟତା : ଏଠାରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ । ଏହାସହିତ ଫୁଡ ପ୍ରଡକ୍ସନ କିମ୍ବା କିଚେନରେ ଏନଏସଏଫୟୁ ଲେବଲ-୧ ଡିପ୍ଲୋମା ରହିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟ ପରୀକ୍ଷା ଦେବାକୁ ହେବ । ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ଦେବାକୁ ହେବ । ଗୋଟେ ପରୀକ୍ଷାରେ ପାସ୍ କଲେ ଅନ୍ୟ ପରୀକ୍ଷା ଦେବାକୁ ହେବ ।
ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି, ଜନଜାତି, ESM , ଏବଂ ମହିଳା ପ୍ରାର୍ଥୀଙ୍କୁ ଶୁଳ୍କ ଦେବାକୁ ପଡିବ ନାହିଁ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ୨୧,୭୦୦ରୁ ୬୯,୧୦୦ ଟଙ୍କା ଦରମା ଦେବାକୁ ହେବ ।