ଦେଖନ୍ତୁ ଭିଡ଼ିଓ: ଅଡ଼ୁଆରେ ପାଣ୍ଡିଆନ୍ ଓ ନବୀନ! କେନ୍ଦ୍ରରୁ ଆସିଛି କଡ଼ା ନିର୍ଦେଶ, କେମିତି କରିବେ ସାମ୍ନା..?

 
Pandian

ରାଜ୍ୟ ପ୍ରଶାସନର ସବୁଠାରୁ ପାୱାରଫୁଲ୍ ସଚିବ, ତଥା ରାଜ୍ୟ 5T ସଚିବ ଭି.କେ ପଣ୍ଡିଆନଙ୍କ ପାଇଁ ବଢ଼ିଲା ଅଡୁଆ। ସେ ଆଇଏଏସ୍ କ୍ୟାଡର ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଏବଂ ଏପରି ବାରମ୍ବାର ଆଇନ ଉଲ୍ଲ୍ଂଘନ କରୁଥିବା ନେଇ ଡିଓପିଟିରେ ଅଭିଯୋଗ କରାଯାଇଛି। ଏପରିକି ଅଭିଯୋଗ ପରେ ସଚିବଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଓପିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଚିଠି ମଧ୍ୟ ଆସି ସାରିଛି। 

Vk pandian

ମିଳିଥିବା ସୂଚନା ଅନୁଯାଇ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଥିଲେ। କେବଳ ଅଭିଯୋଗ କରିଥିଲେ ତାହା ନୁହେଁ ବରଂ ଏହା ସମ୍ବନ୍ଧୀୟ କିଛି ସିଡ଼ି ଏବଂ ପେନ ଡ୍ରାଇଭ୍ ମଧ୍ୟ ପ୍ରମାଣ ରୂପରେ ପଠା ଯାଇଥିଲା।

ଦୁଇ ହଜାର ମସିହା ବ୍ୟାଚର୍ ଏହି ଆଇଏଏସ୍ ଅଫିସରଙ୍କ ବିରୋଧରେ ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ରହିଥିବା ଆଦି ଅଭିଯୋଗ ହୋଇଛି।

Vk pandian

ଗତ କିଛି ଦିନ ହେବ ରାଜନୈତିକ ସ୍ତରରେ ପାଣ୍ଡିଆନଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ଏବେ ପ୍ରଶାସନିକ ସ୍ତରରେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଚିଠି ଆସି ସାରିଛି। ପୂର୍ବତନ ମୁଖ୍ୟଶାସନ ସଚିବ ତଥା କଂଗ୍ରେସ୍ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଚିଠି ଲେଖି ଉଦାହରଣ ସହ ସର୍ବଭାରତୀୟ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ପାଣ୍ଡିଆନ୍ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ମାହୋଲ ଗରମ ରହିଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏବଂ ପଣ୍ଡିଆନଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ବର୍ତ୍ତମାନ ସମୟରେ ଡିଓପିଟି ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି ପରେ ରାଜ୍ୟ ସରକାର କିପରି ପଦକ୍ଷେପ ନେବେ? କ୍ୟାଡର୍ କଣ୍ଟ୍ରୋଲ ଅଥରଟି ରାଜ୍ୟ ସରକାର ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ କି? ମୁଖ୍ୟମନ୍ତ୍ରୀ ଆକସନ୍ ପାଇଁ ଅନୁମତି ଦେବେ କି? ସାଧାରଣ ଠାରୁ ଆରମ୍ଭ କରି ରାଜନୈତିକ ସ୍ତରରେ ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମୟରେ ଉଙ୍କି ମାରିବାରେ ଲାଗିଛି।