ଲକଡାଉନରେ ସାଇକେଲ ଧରି ବୁଲୁଥିଲେ କଲେକ୍ଟର, ଅଟକାଇ ଦେଲେ ମହିଳା ପୋଲିସ୍ ଆଉ ତା ପରେ ଦେଖନ୍ତୁ ଭିଡିଓ

 
Collector woman police

କରୋନା ମହାମାରୀ କାରଣରୁ ସାରା ଦେଶର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ବେଳେ ଏଥିରୁ ବର୍ତ୍ତିପାରିନାହିଁ ରାଜସ୍ଥାନ। ରାଜସ୍ଥାନରେ ବଢୁଥିବା କରୋନା ସଂକ୍ରମଣ କୁ ନଜ଼ର ରେ ରଖି ସାରା ରାଜ୍ୟରେ ତାଲାବନ୍ଦ କରାଯାଇଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ଭିଲୱାରା ଜିଲ୍ଲାରୁ କଡା କଠୋରତାର ଲକଡାଉନ ପାଳନ ହେଉଥିବାର ଏକ ଭିଡ଼ିଓ ସାମ୍ନା କୁ ଆସିଥିଲା।

ପ୍ରକୃତରେ ଜଣେ ମହିଳା କନଷ୍ଟେବଳ ଲକଡାଉନ ଚେକିଙ୍ଗ ବେଳେ ଜଣେ କାଲେକ୍ଟରଙ୍କୁ ଅଟକାଉଥିବାର ଏହି ଭିଡ଼ିଓ ଭାଇରାଲ ହେଉଛି। ବାସ୍ତବରେ ଭିଲୱାରା ଜିଲ୍ଲା କଲେକ୍ଟର ଶିବପ୍ରସାଦ ଏମ ନକାତେ ମଙ୍ଗଳବାର ଦିନ ସାଇକେଲରେ ଲକଡ଼ାଉନର କାର୍ଯ୍ୟକାରିତା ଦେଖିବା ପାଇଁ ସହର ପରିଦର୍ଶନ କରୁଥିଲେ। ଜଣେ ସାଧାରଣ ଲୋକ ପରି ସେ ଟି-ସାର୍ଟ ପିନ୍ଧି ବୁଲୁଥିବା ବେଳେ ତାଙ୍କୁ କେହି ଚିନ୍ହିପାରିନଥିଲେ।

ଏହି ସମୟରେ ଗୁଲମାଣ୍ଡି ଅଞ୍ଚଳରେ ଡ୍ୟୁଟିରେ ଥିବା ମହିଳା ପୋଲିସ ନିର୍ମଳା ଦେବୀ ତାଙ୍କୁ ଅଟକାଇ "ତୁମେ କେଉଁଠାକୁ ଯାଉଛ, ଲକଡ଼ାଉନ୍ ବୋଲି କ’ଣ ତମକୁ ଜଣା ନାହିଁ" ବୋଲି ପ୍ରଶ୍ନ କରିଥିଲେ। ତେବେ ଏହାପରେ ପଛରେ ଥିବା ଗନ୍-ମ୍ୟାନ୍ କଲେକ୍ଟରଙ୍କ ପରିଚୟ ଦେବାରୁ ନିର୍ମଳା ସାମାନ୍ୟ ଡ଼ରିଯାଇଥିଲେ। ଅବଶ୍ୟ ଏହାପରେ କଲେକ୍ଟର ପରିସ୍ଥିତି କୁ ସମ୍ଭାଳିବା ସହ ନିର୍ମଳାଙ୍କୁ ସାବାସି ଦେଇଥିଲେ ଏବଂ ଏହିପରି ନିଷ୍ଠାର ସହ ଡ୍ୟୁଟି କରିବାକୁ ପ୍ରେରିତ କରିଥିଲେ। ଦେଖନ୍ତୁ ଭିଡିଓ- 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା କଲେକ୍ଟର ଶିବପ୍ରସାଦ ଏମ ନକାତେ ମଙ୍ଗଳବାର ଦିନ ସହର ବୁଲି ଲକଡ଼ାଉନର କାର୍ଯ୍ୟକାରିତା ଦେଖିବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଲାଲବତୀ ଗାଡ଼ି ଛାଡି ସେ ସାଧାରଣ ଲୋକଙ୍କ ପରି ସାଇକେଲ ରେ ଆସିବାରୁ କୌଣସି ପୋଲିସ କର୍ମଚାରୀ ତାଙ୍କୁ ଚିନ୍ହିପାରିନଥିଲେ।