କରୋନା ଭୂତାଣୁ ପରେ ପ୍ରତି ସପ୍ତାହରେ 2 କୋଟି ମଶା ଉତ୍ପାଦନ କରୁଛି ଚାଇନା, କାରଣ ଜାଣିଲେ ତାଯୁବ ହେବେ ଆପଣ

 
Mosquito factory

ସାରା ବିଶ୍ୱରେ କରୋନା ଭୂତାଣୁ ତାଣ୍ଡବ ରଚିବା ପରେ ସମସ୍ତେ ଏହାର ଉତ୍ପତ୍ତିସ୍ଥଳ ଚାଇନାକୁ ଏଥିପାଇଁ ଦାୟୀ କରିଥିଲେ। କରୋନା ପରେ ଏବେ ଆଉ ଏକ କାରଣ ପାଇଁ ଚାଇନାକୁ ନେଇ ଚର୍ଚ୍ଚା ହେଉଛି। ପ୍ରକୃତରେ ଚାଇନା ଏବେ ଏକ ଖାସ୍ ପ୍ରକାରର ମଶା ଉତ୍ପାଦନ କରୁଛି ଅବଶ୍ୟ ଏହି କାର୍ଯ୍ୟ ପଛରେ ଚାଇନାର ସକାରାତ୍ମକ ଉଦେଶ୍ୟ ରହିଛି।

Mosquito

ଚୀନ୍‌ର ଦକ୍ଷିଣ ଭାଗ ଗୁଆଙ୍ଗଜୋରେ ଏକ କାରଖାନା ରହିଛି, ଯେଉଁଠାରେ ଏହି ଭଲ ମଶା ଗୁଡିକ ତିଆରି କରାଯାଇଥାଏ। ଏହି କାରଖାନାରେ ପ୍ରତି ସପ୍ତାହରେ ପ୍ରାୟ ୨୦ ନିୟୁତ ମଶା ଉତ୍ପାଦନ କରାଯାଏ। ଏହି ମଶାମାନଙ୍କୁ ୱୋଲବାଚିଆ ଜୀବାଣୁ ଦ୍ୱାରା ସଂକ୍ରମିତ କରାଯାଇଥାଏ। ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ନର ମଶାଗୁଡିକ ଅନ୍ୟ ମାଈ ମଶା ଗୁଡିକଙ୍କର ପ୍ରଜନନ କ୍ଷମତାକୁ ନଷ୍ଟ କରି ଦେଇଥାନ୍ତି।

Mosquito factory

ପ୍ରତିବର୍ଷ ଚାଇନାରେ ଡେଙ୍ଗୁ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ମୃତ୍ୟ ବରଣ କରିଥାନ୍ତି। ତେଣୁ ଚାଇନା ଦ୍ୱାରା ଏହି ପଦକ୍ଷପ ନିଆଯାଇଥିଲା। ପ୍ରଥମ ପ୍ରୟାସରେ ଏହି କାର୍ଯ୍ୟକର୍ମକୁ ଅହେତୁକ ସଫଳତା ମିଳିଥିଲା। ପ୍ରଥମେ ଯେଉଁଠାରେ ଏହାକୁ ପରୀକ୍ଷଣ କରାଯାଇଥିଲା ସେଠାରେ ମାତ୍ର ଅଳ୍ପ ଦିନ ଭିତରେ ୯୬% ପ୍ରତିଶତ ମଶା ନିପାତ ହୋଇଯାଇଥିଲେ। ଏହି ପରୀକ୍ଷଣ ଏତେ ମାତ୍ରାରେ ସଫଳତା ଅର୍ଜନ କରିଛି ଯେ ଏବେ ବ୍ରାଜ଼ିଲ ମଧ୍ୟ ଏହି ପଦ୍ଧତି ଅପଣାଇବାକୁ ଯାଉଥିବା ସୂଚନା ମିଳିଛି।