ଶିଶୁଙ୍କ ମୃତ୍ୟୁ ପରେ ମୃତଦେହକୁ ଜଳା ନଯାଇ କାହିଁକି ପୋତି ଦିଆଯାଏ, ଏହାପଛର କାରଣ ଅତି ଆଶ୍ଚର୍ଯ୍ୟକର

 
Sisu

କଣ ଆପଣ ଜାଣନ୍ତି ମୃତ୍ୟୁ ପରେ ଶବକୁ କାହିଁକି ପୋଡ଼ା ଯାଇଥାଏ ଏବଂ ବିଶେଷ କରି ଛୋଟ ଶିଶୁ ମାନଙ୍କୁ କାହିଁକି ପୋଡ଼ା ନ ଯାଇ ମାଟିରେ ପୋତା ଯାଇଥାଏ ? ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ କୁହା ଯାଇଛି ଗରୁଡ ପୁରାଣରେ......

 Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଗରୁଡ ପୁରାଣ ଅନୁସାରେ ଏହି ପ୍ରଶ୍ନ ଏକଦା ପକ୍ଷୀରାଜ ଗରୁଡ ଶ୍ରିହରୀଙ୍କୁ ପଚାରିଥିଲେ । ଯାହାର ଉତ୍ତରରେ ଶ୍ରିହରି କହିଥିଲେ, ମନୁଷ୍ୟ ମୃତ୍ୟୁ ପରେ ତାକୁ ପୋଡିବା ପଛରେ ଯେପରି ଏକ ମହତ୍ତ୍ଵ ଉଦ୍ଦେଶ୍ୟ ରହିଛି ଠିକ୍ ସେହିପରି ବିଶେଷ କରି ଗାଈ ଓ ସନ୍ନ୍ୟାସୀମାନଙ୍କ ଶରୀରକୁ ପୋତିବାର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି ।

Baby

ଯାହାକୁ ବୁଝାଇବାକୁ ଯାଇ ଶ୍ରୀହରି ଗରୁଡଙ୍କୁ କଣ କହିଥିଲେ ଜାଣନ୍ତୁ.....

ମୃତ୍ୟୁ ପରେ ମନୁଷ୍ୟ ଶରୀରକୁ ପୋଡ଼ାଯାଏ କାହିଁକି ନା ମନୁଷ୍ୟ ଶରୀରରେ ରହି ତାଙ୍କର ଆତ୍ମା ମଧ୍ୟ ମୋହ , ମାୟା ଓ ଲୋଭର ଶିକାର ହୋଇଥାଏ । ମନୁଷ୍ୟର ଆୟୁ ସରିଯିବା ପରେ ମଧ୍ୟ ତାଙ୍କ ଆତ୍ମା ଛାଡ଼ି ଯିବା ପାଇଁ ଚାହିଁ ନ ଥାଏ । ସେଥିପାଇଁ ମନୁଷ୍ୟର ଶରୀରକୁ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ କରି ଦିଆଯାଏ । 

ଠିକ୍ ସେହିପରି ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ୍ର ମୃତ୍ୟୁ ଓ ସନ୍ନ୍ୟାସୀର ମୃତ୍ୟୁ ହେଲେ ତାଙ୍କୁ ପୋତି ଦିଆଯାଇଥାଏ । କାରଣ ସେମାନଙ୍କର ଶରୀର ସଂସାର ପ୍ରତି କିଛି ଲୋଭ, ମୋହ, ମାୟା ନ ଥାଏ ଏବଂ ଆତ୍ମା ସେହି ଶରୀରକୁ ଯିବା ପାଇଁ ଆଉ ଥରେ ଚାହିଁ ନ ଥାଏ ।