ବିଶ୍ୱରେ ମାନବ ଜାତିରେ ପ୍ରଥମ! ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେଲା ଶିଶୁ ପୁତ୍ର, ପୁରା ଘଟଣା ଜାଣି ହେବେ ତାଜୁବ୍

 
ବିଶ୍ୱରେ ମାନବ ଜାତିରେ ପ୍ରଥମ! ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେଲା ଶିଶୁ ପୁତ୍ର, ପୁରା ଘଟଣା ଜାଣି ହେବେ ତାଜୁବ୍

ମାନବ ଇତିହାସରେ ପ୍ରଥମ ଥର ପାଇଁ ତିନୋଟି ଯୌନଙ୍ଗ ସହିତ ଏକ ଶିଶୁ ଜନ୍ମ ହେବା ଘଟଣା ଚର୍ଚ୍ଚାର ପରିସର ମଧ୍ୟ କୁ ଆସିଛି। ଏହି ଶିଶୁ ହେଉଛି ତିନି ଲିଙ୍ଗ ବିଶିଷ୍ଟ ଟ୍ରାଇଫାଲିଆ ଶିଶୁ ର ପ୍ରଥମ ରିପୋର୍ଟ ହୋଇଥିବା ମାମଲା ଏବଂ ଏଭଳି ଘଟଣା ଘଟିଛି ଇରାକ୍ ରେ, ଇରାକର ମୋସୁଲ ସହରର ଡୁହୋକରେ ଜନ୍ମ ହୋଇଥିବା ଏହି ଶିଶୁର ପରିବାର ଶିଶୁ ଟିର ଯୌନଙ୍ଗ ଫୁଲିଥିବାର ଅଭିଯୋଗ କରିବା ପରେ ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନା କୁ ଆସିଥିଲା।

ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ସର୍ଜରୀ କେସ୍ ରିପୋର୍ଟରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ରିପୋର୍ଟର ଲେଖକ ଡକ୍ଟର ଶାକିର ସଲିମ ଜବାଲିଙ୍କ ଅନୁଯାୟୀ, ତିନୋଟି ପେନିସ୍ କିମ୍ବା ଟ୍ରିପହେଲିଆର ଏହା ପ୍ରଥମ ମାମଲା ଅଟେ। ତେବେ ଶିଶୁଟି ଗର୍ଭରେ ଥିବା ବେଳେ, ଔଷଧର ସଠିକ୍ ସଂସ୍ପର୍ଶରେ ନ ଆସିବାରୁ,ଏଭଳି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ନ୍ୟୁୟର୍କ ପୋଷ୍ଟର ଖବର ଅନୁଯାୟୀ, ଯେତେବେଳେ ଶିଶୁଟି ତିନି ମାସର ହୋଇଥିଲା, ଏହି ଶିଶୁର ପିତାମାତା ଶିଶୁଟିର ଯୌନଙ୍ଗ ଫୁଲିଥିବାର ଅଭିଯୋଗ ନେଇ ଡାକ୍ତରଙ୍କ ନିକଟରେ ପହଞ୍ଚିଥିଲେ। ଶିଶୁକୁ ଦେଖିବା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ତାର ଗୋଟିଏ ନୁହେଁ ବରଂ ତିନୋଟି ଲିଙ୍ଗ ରହିଛି। ଏହି ରିପୋର୍ଟ ଅନୁଯାଇ ମୁଖ୍ୟ ଲିଙ୍ଗର ମୂଳ ସହିତ ଅନ୍ୟ ଏକ ଲିଙ୍ଗ ସଂଲଗ୍ନ ହୋଇଥିଲା ଯାହାର ଲମ୍ବ ୨ ସେମି ଥିଲାବେଳେ ଅନ୍ୟଟିର ଲମ୍ବ ଏକ ସେଣ୍ଟିମିଟର ଥିଲା, ଯାହା ମୁଖ୍ୟ ଲିଙ୍ଗର ନିମ୍ନ ଭାଗ ସହିତ ସଂଯୁକ୍ତ ଥିଲା ବୋଲି ଡାକ୍ତର ମାନେ କହିଛନ୍ତି।