ଦେଖନ୍ତୁ ଭିଡ଼ିଓ: ଡ୍ୟୁଟି କରୁଥିବା ବେଳେ ବଜ୍ରପାତର ଶିକାର ହେଲେ ସୁରକ୍ଷାକର୍ମୀ, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍….

 
Lightning

ଅନେକ ସମୟରେ ବିଜୁଳି ପଡ଼ିବା ହେତୁ ଲୋକମାନଙ୍କର ଜୀବନ ଚାଲିଯାଉଥିବା ଖବର ତ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ, ମାତ୍ର କିଛି ଲୋକେ ହିଁ ନିଜ ଭାଗ୍ୟ ବଳରେ ଏହି ଘୋର ବିପତ୍ତି ଠାରୁ ରକ୍ଷା ପାଇ ଯାଆନ୍ତି। ତେବେ, ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତା ଠାରେ ଘଟିଥିବା ଜାଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାଇ ଦୁର୍ଘଟଣାର ଶିକାର ହୋଇଥିବା ଏହି ୩୫ ବର୍ଷୀୟ ଯୁବକ ଜଣକ ଉତ୍ତର ଜାକାର୍ତ୍ତା ସ୍ଥିତ ଏକ କମ୍ପାନୀରେ ଚାକିରୀ କରୁଥିଲେ। ଘଟଣା ଦିନ ସେଠାରେ ଖୁବ ଜୋରେ ବର୍ଷା ସହ ବିଜୁଳି ମାରୁଥିବା ବେଳେ ଯୁବକ ଜଣକ ଏକ ଛତା ନେଇ ବାହାରକୁ ଆସିଥିଲେ। ଏହି ସମୟରେ ବିଜୁଳି ତାଙ୍କ ଉପରେ ପଡିଥିଲା। ଯେଉଁଥିରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

ଦେଖନ୍ତୁ ଭିଡ଼ିଓ:-

ଏହି ବଜ୍ରପାତର ଶିକାର ହେବା ପରେ ସୁରକ୍ଷାକର୍ମୀ ଜଣକ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ଯୁବକଙ୍କର ଗୋଟିଏ ହାତ ପୋଡି ଯାଇଥିଲେ ହେଁ ତାଙ୍କ ଜୀବନ ବଞ୍ଚିଯାଇଛି। ତେବେ, ସେହି ସମୟରେ ଯୁବକ ଜଣକ ମୋବାଇଲ ଫୋନ ବ୍ୟବହାର କରୁଥିବାରୁ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି।