ମନୋଜ ମିଶ୍ରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ, "ଘରେ କେହି ନଥିବା ବେଳେ ସେ ମୋତେ ଡାକି..."

 
Rupashree

ମନୋଜ ମିଶ୍ର! ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ନାମ କାହାକୁ ଅବା ଜଣାନାହିଁ। କିନ୍ତୁ, ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଏବଂ ମନୋଜଙ୍କ ମଧ୍ୟରେ ଚାଲୁଥିବା ବିବାଦକୁ ନେଇ ସମସ୍ତଙ୍କ ନଜ଼ର ରହିଛି। ସମ୍ବଲପୁର ଠାରେ କିଛି ଚଳଚିତ୍ରକୁ ବୟକଟ୍ କରାଯାଇଥିବା ବେଳେ ଏହା ପଛରେ ମଧ୍ୟ ମନୋଜଙ୍କ ହାତ ରହିଥିବା ନେଇ ହୋଇଛି ଅଭିଯୋଗ।

Manoj

ଏହାରି ଭିତରେ ରୂପଶ୍ରୀ ନାମକ ଜଣେ ଓଡ଼ିଆ ଅଭିନେତ୍ରୀ ମନୋଜଙ୍କ ବିରୋଧରେ ଆହୁରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ମନୋଜ ତାଙ୍କୁ କାଷ୍ଟିଂ କାଉଚର ଶିକାର କରିବାକୁ ଚାହୁଁଥିବା ସେ କହିଛନ୍ତି। ଅନେକ ଥର ବିଳମ୍ବିତ ରାତିରେ କଲ୍ କରିବା ସହିତ ତାଙ୍କ ଫ୍ଲାଟକୁ ଆସିବା ପାଇଁ ମନୋଜ କହିଥିବା ଅଭିଯୋଗ ହୋଇଛି। ରୂପଶ୍ରୀଙ୍କ କହିବା ମୁତାବକ ମନୋଜ ଜଣେ କୂଟ ପ୍ରକୃତିର ଲୋକ।

ସେଥିପାଇଁ ହିଁ ଇଣ୍ଡଷ୍ଟ୍ରୀରେ ତାଙ୍କୁ କେହି ଭଲ ପାଆନ୍ତିନାହିଁ। ଅନେକ ଲୋକେ ମନୋଜକୁ ବିରୋଧ କରନ୍ତି। ସ୍ତ୍ରୀ ଯିବା ପରେ ମନୋଜ କୁଆଡେ ତାଙ୍କ ଫ୍ଲାଟରେ ନିଜ ପ୍ରେମିକାଙ୍କ ସହିତ ରୁହନ୍ତି। କେବଳ ସେତିକି ନୁହେଁ ପ୍ରେମିକା ସୁଟିଂ ପାଇଁ ବାହାରକୁ ଚାଲିଗଲେ ମନୋଜ ଅନ୍ୟ ଝିଅମାନଙ୍କୁ ନିଜ ଫ୍ଲାଟକୁ ଡାକିଥାନ୍ତି। 

Rupashree

ରୂପଶ୍ରୀଙ୍କ କହିବା ମୁତାବକ ମନୋଜ ଜଣେ ତଣ୍ଟି ଚିପି ରକ୍ତ ପିଇଲା ଭଳି ଲୋକ ଅଟନ୍ତି। ପ୍ରେମିକା ଘରେ ନ ଥିବାବେଳେ ସେ ଅନେକ ଥର ତାଙ୍କୁ ଘରକୁ ଡାକିଛନ୍ତି। ପୂର୍ବରୁ ଏଥିନେଇ ସେ କାହିଁକି ଅଭିଯୋଗ କରିନଥିଲେ ବୋଲି ପଚରା ଯିବାରୁ ସୁଯୋଗ ମିଳିଲେ ସେ ମନୋଜଙ୍କ ବିଷୟରେ ଆହୁରି ଅନେକ କିଛି ଖୁଲାସା କରିବେ ବୋଲି କହିଛନ୍ତି।

ଇଣ୍ଡଷ୍ଟ୍ରୀ ସହିତ ହୋଇଥିବା ବିବାଦ ପରେ ପରେ ରୂପଶ୍ରୀ ଓ ବିଭାସଙ୍କ ଭଳି ଅନେକ ଅଭିନେତା ଅଭିନେତ୍ରୀ ମନୋଜଙ୍କ ବିରୁଦ୍ଧରେ ଅନେକ ପ୍ରକାର ଅଭିଯୋଗ ଆଣୁଛନ୍ତି। ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯଦି ମନୋଜ କାଷ୍ଟିଂ କାଉଚ୍ ଭଳି କାର୍ଯ୍ୟରେ ଲିପ୍ତ ରିହିଛନ୍ତି ତେବେ ପୂର୍ବରୁ କାହିଁକି ରୂପଶ୍ରୀ ଏଥିନେଇ ମୁହଁ ଖୋଲିନଥିଲେ? ସେ ଏଥିନେଇ କଣ ପାଇଁ ଆଇନର ଆଶ୍ରୟ ନେଇନଥିଲେ? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହି ମାମଲା ଆଗକୁ ଭିନ୍ନ ପ୍ରକାର ମୋଡ଼ ନେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ:- ଏହି ୫ ଅଭିନେତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ସର୍ତ୍ତରେ ମିଳିଥିଲା ବଲିଉଡରେ କାମ, ୩ ନମ୍ବରଙ୍କ ନାମ ଜାଣି ହେବେ ତାଜୁବ୍