ପୁଣିଥରେ ବାପା ହେଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଗତ ଫେବୃଆରୀରେ ହୋଇଥିଲା ଦ୍ଵିତୀୟ ବିବାହ, ଦେଖନ୍ତୁ ଫଟୋ

 
Divya shankar

ପୁଣିଥରେ ଚର୍ଚ୍ଚାରେ କଳାହାଣ୍ଡି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। ଆଜ୍ଞା ହଁ, ପୂର୍ବରୁ ଅନେକ ଥର ଦିବ୍ୟଶଙ୍କର ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଗତବର୍ଷ ତାଙ୍କର ଦ୍ଵିତୀୟ ବିବାହକୁ ନେଇ ବେସ୍ ଚହଳ ସୃଷ୍ଟି ହୋଇଥିଲା। ଏବେ ସେ ଦ୍ଵିତୀୟ ଥର ପାଇଁ ପିତା ହୋଇଥିବା ଜଣାପଡିଛି।

Divyashankar

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାର ଅନେକ ବର୍ଷ ପରେ ଗତବର୍ଷ ଫେବୃଆରୀ ମାସରେ ଦିବ୍ୟଶଙ୍କର ଦ୍ଵିତୀୟ ବିବାହ କରିଥିଲେ। ସେ ଦ୍ଵିତୀୟ ବିବାହ କରିବେ ବୋଲି କେହି ଭାବିନଥିବା ବେଳେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ଏବେ ଦ୍ଵିତୀୟ ପତ୍ନୀଙ୍କ ସହିତ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି।

Marriage

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୬ ତାରିଖରେ ଭୁବନେଶ୍ୱରର ଦି ଆଡଭେଞ୍ଚର ହୋଟେଲରେ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କା ଅଗସ୍ତିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ସେତେବେଳେ ଏହି ବିବାହର ଭିଡ଼ିଓ ବେସ୍ ଭାଇରାଲ ହୋଇଥିଲା। ଏବେ ପ୍ରିୟଙ୍କା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ଏହି ଦମ୍ପତ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଆହୁରି ପଢ଼ନ୍ତୁ:- ଫାଇନାଲରେ ହାରିବା ପରେ ଭାରତୀୟ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି କାନ୍ଦି ପକାଇଲେ ଶାମି, ତାପରେ କୁଣ୍ଢାଇ ପକାଇ...