ଦେଖନ୍ତୁ ଭିଡ଼ିଓ: ଲଖ୍ନୌ ଘଟଣାର ପୁନରାବୃତ୍ତି, ପୁଣି ସମସ୍ତଙ୍କ ସାମ୍ନା ରେ କ୍ୟାବ୍ ଡ୍ରାଇଭରଙ୍କୁ ଚପୁଡ଼ା ମାରିଲେ ମହିଳା ଆଉ ତାପରେ…

 
Beaten

କିଛିଦିନ ତଳେ ଲଖ୍ନୌ ସହରରେ କ୍ୟାବ୍ ଡ୍ରାଇଭରଙ୍କୁ ଜଣେ ଯୁବତୀ ବିଚ୍ ରାସ୍ତାରେ ଚାପୁଡ଼ା ମାରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ, ଅବିକଳ ଏହିପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି। ଏହାର ଭିଡ଼ିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ ହେଉଛି।

ଘଟଣାଟି ୱେଷ୍ଟ ପଟେଲ ନଗରର କସ୍ତୁରୀ ଲାଲ ଆନନ୍ଦ ମାର୍ଗରେ ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାଇ ମହିଳା ଜଣକ ଆଉ ଜଣେ ଯୁବତୀଙ୍କ ସହିତ ସ୍କୁଟି ଯୋଗେ ଯାଉଥିଲେ। ରାସ୍ତା ଜାମ୍ ହେତୁ ମହିଳା ଏବଂ ଉକ୍ତ କ୍ୟାବ୍ ଡ୍ରାଇଭର ସମାନ ସ୍ଥାନରେ ଫସି ଯାଇଥିଲେ। ଏହି ସମୟରେ ଯେତେବେଳେ କ୍ୟାବ ଡ୍ରାଇଭର ମହିଳାଙ୍କୁ ଜାଗା ଦେଇନଥିଲା, ରାଗରେ ମହିଳା ଜଣକ ନିଜ ସ୍କୁଟିକୁ ରାସ୍ତାରେ ପାର୍କ କରି କ୍ୟାବ ଡ୍ରାଇଭରକୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଦେଖନ୍ତୁ ଭିଡ଼ିଓ:-

କେବଳ ଏତିକି ନୁହେଁ ସେମାନଙ୍କ ଭିତରୁ ଜଣେ ଉକ୍ତ ବ୍ୟକ୍ତିଙ୍କ କଲର ଧରି ରଖିଥିବା ବେଳେ ଅନ୍ୟ ମହିଳା ଜଣଙ୍କ ଚାପୁଡ଼ା ଏବଂ ବିଧା ବର୍ଷାଇ ଚାଲିଥିଲେ। ସେଠାରେ ଉପସ୍ଥିତ ଥିବା ଦେଖନାହାରୀ ମାନେ କ୍ୟାଵ ଡ୍ରାଇଭରଙ୍କୁ ସମର୍ଥନ କରିବା ସହ ମହିଳାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ମହିଳା ଜଣଙ୍କ ସେମାନଙ୍କୁ ଦୁର୍ବ୍ୟବହାର କରି ଆକ୍ରମଣ କରିଥିଲେ। ତେବେ, ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ମହିଳାଙ୍କୁ ଖୋଜିବାରେ ଲାଗିପଡ଼ିଛି।