ଦେଖନ୍ତୁ ଭିଡ଼ିଓ: ବରଣମାଳା ପିନ୍ଧାଇବା ବେଳେ ଗୋଟିଏ କିସ୍ ପାଇଁ ବର କଲା ଜିଦ୍, ଭାଇରାଲ ଭିଡ଼ିଓ ଦେଖି ହସିବେ ଆପଣ

 
Marriage

ବରଣମାଳା ପିନ୍ଧାଇବା ପାଇଁ ସର୍ତ୍ତ ରଖିଲେ ବର। ଷ୍ଟେଜ୍ ଉପରେ ବର କନ୍ୟା ପରସ୍ପରକୁ ବରଣମାଳା ପନ୍ଧାଇବା ପାଇଁ ପ୍ରସ୍ତୁତ ଥିବାବେଳେ ଏହିଭଳି ଏକ ରୋଚକ ଘଟଣା ଘଟିଥିଲା ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜୀବନର ଏହି ଖାସ ମୁହୂର୍ତ୍ତରେ ବରର ଏଭଳି ଡିମାଣ୍ଡ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଉଭୟେ ବର କନ୍ୟା ଷ୍ଟେଜ୍ ଉପରେ ବରଣମାଳା ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଠିକ ଏହି ସମୟରେ ମାଳା ପିନ୍ଧାଇବା ପରିବର୍ତ୍ତେ ବର କନ୍ୟାକୁ ଏକ କିସ୍ ଦେବା ପାଇଁ ଇସାରା ଦେଇଥିଲେ। ପ୍ରଥମେ କନ୍ୟା ଲାଜେଇ ଯାଇଥିଲେ ହେଁ ପରେ ତାଙ୍କ ସାଥିଙ୍କ ଗାଲକୁ ସେ କିସ୍ କରିଥିଲେ। ଦେଖନ୍ତୁ ଭିଡ଼ିଓ:-

ଏହି ଭିଡିଓଟିକୁ witty_wedding ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିଲା। ଏହି ଭିଡ଼ିଓଟି ଲୋକଙ୍କୁ ବେସ୍ ପସନ୍ଦ ଆସିଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ ସୁଦ୍ଧା ୧୫ ହଜ଼ାରରୁ ଉର୍ଦ୍ଧ ଲାଇକ ଆସି ସାରିଛି। ଏଥିସହିତ ଲୋକେ ଏଥିରେ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି।