ପୋଲିସଙ୍କ ଗୋଡ଼ ତଳେ ପଡିଗଲେ ଯୁବକ ଯୁବତୀ, ପୋଲିସ୍ ଟାଣି ଚିରିଦେଲେ ସାର୍ଟ, ପୂରା ଘଟଣା କଣ ଦେଖନ୍ତୁ ଭିଡ଼ିଓ

 
Student police

ଗତ ଅଗଷ୍ଟ ମାସ ୧୯ ତାରିଖ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏସଏ) ବାହାରେ ଶତାଧିକ ବ୍ୟାଚେଲର ଅଫ୍ ଫିଜିକାଲ୍ ଏଜୁକେସନ୍ (ବିପିଏଡ୍) ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମ୍ପ୍ରତି ପିଇଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିକ୍ଷୋଭ କରୁଥିବା ଛାତ୍ର ଛାତ୍ରୀମାନେ ଏହାର ମାନଦଣ୍ଡରେ ସଂଶୋଧନ ଦାବି କରିଥିଲେ।

Police(ଡିଏସଏ) କାର୍ଯ୍ୟାଳୟ ବାହାରେ ଶତାଧିକ ବିପିଏଡ୍ ଛାତ୍ର ଛାତ୍ରୀ ଧାରଣାରେ ବସିଥିବା ବେଳେ ପୋଲିସ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା। କେବଳ ଏତିକି ନୁହେଁ ବରଂ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିବାକୁ ଅମଙ୍ଗ ହେବାରୁ ପୋଲିସ ସେମାନଙ୍କୁ ଟଣା ଓଟରା କରିବା ସହିତ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟ ଭିତରେ ଘଟିଥିବା ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୨୬୦ଟି ଚୁକ୍ତିଭିତ୍ତିକ ପିଇଟି ଶିକ୍ଷକ ପଦବୀ ପାଇଁ ଓଡିଶା ସରକାର ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ +୨ କିମ୍ବା ଏହାର ସମାନ ପରୀକ୍ଷାରେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସର୍ବନିମ୍ନ ୫୦% ମାର୍କ (୪୫% କିମ୍ବା SC / ST / PH / SEBC ପ୍ରାର୍ଥୀ) ରଖି ପାସ୍ କରିଥିବେ ଏବଂ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟରୁ C.P.Ed./ B.P.Ed./ M.P.ED କରିଥିବେ ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଆଗରୁ ପଦବୀ ପାଇଁ ଏହି ନିୟମ ରହିନଥିବାରୁ ଛାତ୍ରଛାତ୍ରୀମାନେ ଏହାର ଘୋର ବିରୋଧ କରିଥିଲେ।