ବିବାହ କରିବାକୁ ମିଳୁନାହାଁନ୍ତି କନିଆଁ! ପଦଯାତ୍ରାରେ ବାହାରିବେ ୨ ଶହରୁ ଅଧିକ ଯୁବକ, ଜାଣନ୍ତୁ କେଉଁଠି

 
Marriage

ଆମ ଦେଶ ଭାରତରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍ ରହିଛି। ତେବେ, ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଝିଅଙ୍କ ସଂଖ୍ୟା ଏତେ କମ୍ ରହିଛି ଯେ ବିବାହ କରିବାକୁ କନ୍ୟା ମିଳୁନାହାଁନ୍ତି ବୋଲି ଶୋଭାଯାତ୍ରାରେ ବାହାରିଛନ୍ତି ୨ ଶହରୁ ଅଧିକ ଯୁବକ। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କର୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଏଭଳି ହିଁ ଏକ ଘଟଣା ଘଟିବାକୁ ଯାଉଛି।

Marriage

 ମିଳିଥିବା ସୂଚନା ଅନୁଯାଇ ଏହି ଯୁବକମାନେ ଆଗାମୀ ୨୩ ତାରିଖ ଦିନ ୧୦୫ କିମି ପଦଯାତ୍ରା କରି ଏମ୍‌ଏମ୍ ହିଲ୍ ଉପରେ ପହଞ୍ଚିବେ ସେଠାରେ ଥିବା ଶିବ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାଣ୍ଡ୍ୟା ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍ ରହିଛି। ଏଠିକାର ପୁଅମାନେ ସାଧାରଣତଃ ଆତ୍ମନିର୍ଭଶୀଳ ହୋଇ କୃଷି କାମରେ ନିୟୋଜିତ ହେଉଛନ୍ତି।

MM hills

ଜିଲ୍ଲାରେ କମ୍ ଝିଅ ଥିବାବେଳେ ସେମାନେ ଚାକିରିଆ ପୁଅଙ୍କୁ ବିବାହ କରିବାକୁ ପସନ୍ଦ କରୁଛନ୍ତି। ଡିପି ମଲ୍ଲେସ ନାମକ ଜଣେ ଯୁବକଙ୍କ କହିବା ଅନୁଯାଇ ତାଙ୍କୁ ୩୩ ବର୍ଷ ବୟସ ହୋଇଗଲାଣି। ତାଙ୍କର ସମସ୍ତ ଝିଅ ସାଙ୍ଗ ବିବାହ କରି ସାରିଥିବା ବେଳେ ବିବାହ କରିବାକୁ ତାଙ୍କୁ ଝିଅ ମିଳୁନାହାଁନ୍ତି। ମଲ୍ଲେସ ଜଣେ ଶିକ୍ଷିତ ଯୁବକ ହୋଇଥିବା ବେଳେ ସେ ନିଜ ଉଧ୍ୟମରେ କୃଷି କାର୍ଯ୍ୟ କରିଥାନ୍ତି। ସମସ୍ତେ ଯଦି ଚାକିରିଆ ଖୋଜିବେ ତେବେ ଆମକୁ କିଏ ବିବାହ କରିବ ବୋଲି ମଲ୍ଲେସ ପ୍ରଶ୍ନ କରିଛନ୍ତି।