ପରୀକ୍ଷାରେ ରଚନା ପଡିଥିଲା 'କଫିଚାଷ', ପିଲାଟିକୁ ଦିଶିଲା 'କପିଚାଷ' ଲେଖିଲା କପି ବିଷୟରେ ଏମିତି ରଚନା ପଢ଼ିଲେ ଉଡ଼ିଯିବ ହୋସ୍

 
Essay

ବେଳେବେଳେ ପରୀକ୍ଷା ଖାତାରେ ପିଲାମାନେ ଏଭଳି କିଛି ଲେଖିଦିଆନ୍ତି ଯାହାକୁ ଦେଖି ଖାତା ମୂଲ୍ୟାୟନ କରୁଥିବା ପରୀକ୍ଷକ ମଧ୍ୟ ହତବାକ୍ ହୋଇଯାଇଥାନ୍ତି। ଏପରିକି ପରୀକ୍ଷା ଖାତା ଭିତରେ ଟଙ୍କା ରଖି କିଛି ପରୀକ୍ଷାର୍ଥୀ ଲାଞ୍ଚ ଦେବାପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ତେବେ, ଏକ ଓଡ଼ିଆ ପରୀକ୍ଷାରେ 'କଫି ଚାଷ' ବିଷୟରେ ରଚନା ଲେଖିବାକୁ କୁହାଯାଇଥିବା ବେଳେ ଜଣେ ଛାତ୍ର 'କପି ଚାଷ' ବିଷୟରେ ରଚନା ଲେଖିଥିଲା।

Copy

ସେ ଲେଖିଥିଲା ଯେ:- କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ। ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।

ଜଳବାୟୁ : - ଏହା ସାଧାରଣତଃ ପରୀକ୍ଷା ସମୟରେ ମନ ବ୍ୟସ୍ତଥିବା ଜଳବାୟୁରେ ଚାଷ କରାଯାଇଥାଏ .. ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରମାନେ ଚାଷ କରିଥାନ୍ତି। ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ୟୁସନ୍ କରି ମେଧାବୀ ଛାତ୍ରମାନେ ଯେଉଁଫଳ ପାଆନ୍ତି ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ବାରା ମିଳିଥାଏ।

Exam

ବିହନ: - ଏହାର ଅନେକ କିସମର ବିହନ ମିଳିଥାଏ। ଯଥା ଟେଷ୍ଟପେପରିଆ . ପସିବୁଲିଆ . ଚିରକୁଟିଆ . ହାତଟିପା ଇତ୍ୟାଦି।

ବିହନ ସଂରକ୍ଷଣ : - ଏହି ବିହନର ଅନେକ ଶତ୍ରୁ ଅଛନ୍ତି। ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି। ଏହାର ପ୍ରଧାନ ଶତ୍ରୁ ହେଲା . ପରୀକ୍ଷକ .. ଇନ୍ ଭିଜିଲେଟର୍ . କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢା ହେଡ୍ ମାଷ୍ଟର। ବେଳେ ବେଳେ Squad କୀଟ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି। ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଏହାକୁ Shirt କଲର୍ ଭିତରେ .. ହାତ Folding ଭିତରେ .. ବେଲଟ୍ ତଳ .. ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ। ଲାଭ :- ବର୍ଷସାରା ବୁଲି .. ପଢାପଢି ନକରି ଏହି ଚାଷ ଦ୍ବାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

Exam

ପିଲାଟିର ଏଭଳି ଉତ୍ତର ଦେଖି ପରୀକ୍ଷକ ଜଣକ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିବେ। ତେବେ, ପିଲାଟି ଅନ୍ତତଃ ଏହି ରଚନାଟି ନିଜ ମନରୁ ହିଁ ଲେଖିଛି। ତେଣୁ, ପରୀକ୍ଷକ ଏଥିରେ ତାକୁ କେତେ ମାର୍କ ଦେଇଥିବେ ଟିକିଏ ଭାବନ୍ତୁ! ଏଥିନେଇ ଆପଣଙ୍କ ମତ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଲେଖନ୍ତୁ।