ଦୀର୍ଘ ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିର ମୃତଦେହ, ଘଟଣାସ୍ଥଳରୁ ଡ୍ରେନରେ ଭାସି ଆସିଥିଲେ ପ୍ରାୟ ୪ କିଲୋମିଟର, ଦେଖନ୍ତୁ ଭିଡ଼ିଓ

 
Dead body

ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କର ଅକ୍ଲାନ୍ତ ପରିଶ୍ରମ ବଳରେ କାଲି ଡ୍ରେନ୍ ଭିତରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ ପାଖ ଏକ ଅମରି ବୁଦା ମୂଳରୁ ଜ୍ୟୋତିପ୍ରକାଶଙ୍କ ମୃତ ଦେହକୁ ଠାବ କରାଯାଇଛି।

Search operation

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କାଲିର ପ୍ରବଳ ବର୍ଷା ପରେ ଭୁବନେଶ୍ୱରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅପରାହ୍ଣ ପ୍ରାୟ ୨ଟା ରେ ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ସଂସ୍କୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ଘରେ ବାରଣ କରିବା ସତ୍ତ୍ୱେ ଏକ ପ୍ରୋଜେକ୍ଟ କାମ ସାରି ଶୀଘ୍ର ଫେରି ଆସିବେ ବୋଲି କହି ଜ୍ୟୋତି ଘରୁ ବାହାରି ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ସୁଅ ଭଳି ପାଣି ଚାଲୁଥିଲା। ଏହାରି ମଧ୍ୟରେ ତାଙ୍କ ଗୋଡ ଖସି ଯିବାରୁ ରାଜା ଡ୍ରେନରେ ପଡିଯାଇଥିଲେ।

Dead body

ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ପ୍ରଖର ସ୍ରୋତ ହେତୁ ଏହା ସମ୍ଭବ ହୋଇପାରି ନଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଦୀର୍ଘ ୧୮ ଯାଏଁ ଖୋଜା ଖୋଜି କରିଥିଲେ ହେଁ ଜ୍ୟୋତିଙ୍କ କୌଣସି ପତ୍ତା ମିଳିନଥିଲା। ଶେଷରେ ଆଜି ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟ ଅମରି ବୁଦା ମୂଳରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା। ଉଦ୍ଧାର ସମୟରେ ତାଙ୍କ ଦେହ ବାଲିରେ ପୋତି ହୋଇଯାଇଥିବା ବେଳେ ଏତେ ସମୟ ବୁଡି ରହିବା ଫଳରେ ଜ୍ୟୋତିଙ୍କ ମୃତଦେହ ଫୁଲିଯାଇଥିବା ଜଣାଯାଇଛି।