ଦେଖନ୍ତୁ ଭିଡ଼ିଓ: ପ୍ରେମ ନିବେଦନ କଲେ ଯୁବକ! ବିଚ୍ ରାସ୍ତାରେ ଚପଲ ଖୋଲି ପିଟିଲେ ଦୁଇ ଯୁବତୀ….

 
Beaten

ପ୍ରେମ ବ୍ୟାପାରକୁ ନେଇ ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ମାମଲା ଦେଖିବାକୁ ମିଳୁଛି। କେଉଁଠି ପ୍ରେମ ପାଇଁ କିଏ ଆତ୍ମହତ୍ୟା କରିଲାଣି ତ କିଏ ପ୍ରେମରେ ପାଗଳ ହୋଇ ଅନ୍ୟର ହତ୍ୟା କରିବାକୁ ପଛାଉନାହିଁ। ତେବେ, ଏହାରି ଭିତରେ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରେମ ନିବେଦନ କରିଥିବା ହେତୁ ଜଣେ ଯୁବତୀ ଯୁବକଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରୁଥିବାର ଦେଖିବାକୁ ମିଳୁଛି। 

Beaten

ମିଳିଥିବା ସୂଚନା ଅନୁଯାଇ ଉତ୍ତରପ୍ରଦେଶର ଆଗ୍ରାଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକ 'ଆଇ ଲଭ୍ ୟୁ' କହିବାରୁ ଜଣେ ଯୁବତୀ ଓ ତାଙ୍କର ବାନ୍ଧବୀ ଜଣେ ଯୁବକଙ୍କୁ ଚପଲରେ ପିଟିଥିଲେ। ଆଗ୍ରା ସ୍ଥିତ କମଳାନଗର ବିଚ୍ ରାସ୍ତାରେ ଏଭଳି ଘଟଣା ଘଟିଥିଲା। ଯୁବକଙ୍କ ନାମ ରାଜେଶ ଓ ସେ ଲଙ୍ଗଡ଼େର ଚୌକି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। 


ଭାଇରାଲ ହେଉଥିବା ଭିଡ଼ିଓରେ ଦୁଇଜଣ ଯୁବତୀ ରାଜେଶଙ୍କୁ ମାଡ଼ ମରୁଥିବା ଦେଖିବାକୁ ମିଳିଛି। ତେବେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାଜେଶକୁ ଉଦ୍ଧାର କରିବା ସହିତ ଅସଦାଚରଣ ମାମଲାରେ ଗିରଫ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରକାରର ମତ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ:- କିଡ଼ନୀ ପାଇଁ ଖରାପ ରୋହି ମାଛ, କିଡ଼ନୀ ନଷ୍ଟ କରିବା ସହିତ ହୋଇପାରେ ଏହିସବୁ ସାଂଘାତିକ ସମସ୍ୟା