ଦେଖନ୍ତୁ ଭିଡ଼ିଓ: ଅଜଗର ଛୁଆ ଜନ୍ମ କରୁଥିବାର ଅଦ୍ଭୁତ ଭିଡ଼ିଓ, ଦେଖିଲେ ଶିହରି ଉଠିବ ଦେହ….
ସାଧାରଣତଃ ସାପ ଗୁଡିକ ପ୍ରଜନନ କରିବା ପାଇଁ ଅଣ୍ଡା ଦେଇଥାନ୍ତି। କିନ୍ତୁ, ପାଇଥନ୍ ଏବଂ ଆନାକୋଣ୍ଡା ପ୍ରଜାତିର ସାପ ଗୁଡିକ ଅଣ୍ଡା ଦେବା ବଦଳରେ ମଣିଷଙ୍କ ପରି ଛୁଆ ଜନ୍ମ କରିଥାନ୍ତି। ଏହି ସାପ ଗୁଡ଼ିକ ଆକାରରେ ବିଶାଳ ହୋଇଥିବା ବେଳେ ଥରକରେ ଏକାଧିକ ସାପ ଛୁଆଙ୍କୁ ଜନ୍ମ ଦେଇଥାନ୍ତି।
ଆଜି ଆମ୍ଭେ ଆପଣଙ୍କୁ ଏହିଭଳି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଏକ ଅଜଗର ତା ଛୁଆମାନଙ୍କୁ ଜନ୍ମ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଭିଡ଼ିଓଟିରେ ଅନେକ କଷ୍ଟ ଏବଂ ପ୍ରସବ ଯନ୍ତ୍ରଣା ପାଇବା ପରେ ସାପଟି ତା ଛୁଆକୁ ଜନ୍ମ ଦେଉଥିବାର ଦେଖିବାକୁ ମିଳୁଛି। ସାପଟିଏ ହୋଇଥିଲେ ହେଁ ଜନ୍ମ ହେବା ପରେ ଛୁଆଟି ଯେପରି ଭାବରେ ମା ଅଜଗର ପାଖକୁ ଚାଲି ଆସୁଛି ସେଥିରୁ ମା' ଛୁଆଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ଠିକ ଭାବରେ ବାରି ହୋଇପଡୁଛି। ଦେଖନ୍ତୁ ଭିଡ଼ିଓ:-
Boa constrictor giving live birth.#Tiredearth pic.twitter.com/gRSco1sUDC
— Sara Sanchez (@sara_s_2020) September 28, 2021
ଏହି ଭିଡିଓଟିକୁ @saras_s_2020 ନାମକ ଜଣେ ୟୁଜର ନିଜ ଟ୍ୱିଟର ଆକାଉଣ୍ଟ ଦ୍ୱାରା ସେୟାର କରିଥିଲେ। ଏବେ ଭିଡ଼ିଓଟି ଭାଇରାଲ ହେବାପରେ ଏହାକୁ ଏବେ ସୁଦ୍ଧା ୫୦୦୦ରୁ ଉର୍ଦ୍ଧ ଲୋକ ଦେଖି ସାରିଲେଣି। ଏଥିରେ ୩୦୦ ରୁ ଅଧିକ ଲାଇକ ଆସିଥିବା ବେଳେ ଲୋକେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି। କେତେକ ଲୋକେ ଡେଲିଭରି ସମୟର ଲାଇଭ ଭିଜୁଆଲକୁ ଦେଖି ଚକିତ ହୋଇଯାଇଥିବା ଦେଖିବାକୁ ମିଳିଛି।