ବୈଜୟନ୍ତ ପଣ୍ଡାଙ୍କ ସହ ମିଶିବେ ଧୋନୀ ଏବଂ ଆନନ୍ଦ ମହିନ୍ଦ୍ରା, ମିଳିଲା ଏହି ବଡ଼ ଦାୟିତ୍ୱ

 
NCC

ସମୟ ସହିତ ବଦଳିବାକୁ ଯାଉଛି କ୍ୟାଡେଟ୍ କର୍ପସ୍ ବା ଏନସିସିର ରୂପରେଖ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ଏନସିସିର କାର୍ଯ୍ୟକୁ ବିସ୍ତୃତ ଭାବରେ ସମୀକ୍ଷା କରିବା ସହ ଏଥିରେ ସଂସ୍କାର ଆଣିବାକୁ ପ୍ରୟାସ କରିବ। ଏହି କମିଟିର ରିପୋର୍ଟ ଆଧାରରେ ହିଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଉନ୍ନତି ଏବଂ କାର୍ଯ୍ୟକାରିତା କୁ ନେଇ ରଣନୀତି ସ୍ଥିର କରିବ।

Ncc

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି କମିଟିରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ସାଂସଦ ବିନୟ ସହସ୍ରାବୁଦ୍ଧେ ଏବଂ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୬ ଜୁଲାଇ ୧୯୪୮ରେ ଦେଶରେ ଏନସିସିର  ଗଠନ କରାଯାଇଥିଲା। ସୁରକ୍ଷା ଏବଂ ନିରାପତ୍ତା ସହ ଅନୁଶାସନ ବିଷୟରେ ଯୁବବର୍ଗଙ୍କୁ ଅବଗତ କରାଇବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ରହିଥାଏ।

Baijayant panda

ସ୍କୁଲ ଏବଂ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି। ୮ମରୁ ୧୦ମ ଶ୍ରେଣୀର ଛାତ୍ର/ଛାତ୍ରୀମାନଙ୍କୁ 'ଏ' ସାର୍ଟିଫିକେଟ୍ ଦିଆଯାଉଥିବା ବେଳେ ଯୁକ୍ତ ଦୁଇ ଛାତ୍ର/ଛାତ୍ରୀମାନଙ୍କୁ 'ବି' ସାର୍ଟିଫିକେଟ୍ ଦିଆଯାଇଥାଏ। ସେହିପରି ଭାବରେ କଲେଜରେ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କୁ 'ସି' ସାର୍ଟିଫିକେଟ୍ ଦିଆଯାଇଥାଏ।