ଆପଣଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ! NCERT କାର୍ଯ୍ୟାଳୟ ଠାରେ ଚାକିରୀ ପାଇବାକୁ ହେଲେ ଏଭଳି କରନ୍ତୁ ଆବେଦନ

 
Ncert

ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (NCERT)ରେ ମିଳିବାକୁ ଯାଉଛି ନିଯୁକ୍ତି ସୁଯୋଗ। ଏହାର ପ୍ରକାଶନ ବିଭାଗରେ ବିଭିନ୍ନ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟରର ପଦବୀ ପୂରଣ ହେବାକୁ ଯାଉଛି।

NCERT

ଏଥିପାଇଁ ଅଫଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଏଥିରେ ଆପଣଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ଏହି ପ୍ରକ୍ରିୟାରେ ମୋଟ ଉପରେ ୧୭୦ଟି ପଦବୀ ପୂରଣ କରାଯିବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NCERTର ଅଫିସିଆଲ୍ ୱେବ୍‌ସାଇଟ୍ https://ncert.nic.inକୁ ଯାଇ ଯାଞ୍ଚ କରିପାରିବେ।

Follow our WhatsApp And Telegram Channel and get all the Latest news:-

WhatsApp Channel (Join Now) Join Now
Telegram Group (Join Now) Join Now

୦୧ ଫେବୃଆରୀ ୨୦୨୪ ରେ ସକାଳ ୧୦ ରୁ ଅପରାହ୍ନ ୩ ଟା ମଧ୍ୟରେ ପଞ୍ଜୀକରଣ ଆରମ୍ଭ ହେବ। ଫେବୃଆରୀ ୨ ଏବଂ ୩ ୨୦୨୪ରେ ଆପଣଙ୍କୁ ସ୍କିଲ ଟେଷ୍ଟ ପାଇଁ ଡକାଯିବ। ସହକାରୀ ସମ୍ପାଦକ ପାଇଁ ସର୍ବାଧିକ ୫୦ ବର୍ଷ, ପ୍ରୁଫ୍ ରିଡର୍ ପାଇଁ ସର୍ବାଧିକ ୪୨ ବର୍ଷ ଏବଂ DTP ଅପରେଟରଙ୍କ ପାଇଁ ସର୍ବାଧିକ ୪୫ ବର୍ଷ ଧାର୍ଯ୍ୟ କରାଯାଇଅଛି।

Recruitment

ଶିକ୍ଷାଗତ ଯୋଗ୍ୟତା:

ସହକାରୀ ସମ୍ପାଦକ –

  • ଗ୍ରାଜୁଏସନ୍‌ ସହିତ ପୁସ୍ତକ ପ୍ରକାଶନ କିମ୍ବା ଯୋଗାଯୋଗ କିମ୍ବା ସାମ୍ବାଦିକତାରେ ପିଜି ଡିପ୍ଲୋମା।

  • ଏହା ସହିତ ସମ୍ପୃକ୍ତ କାର୍ଯ୍ୟରେ ଅତି କମରେ ପାଞ୍ଚ ବର୍ଷର ଅଭିଜ୍ଞତା।

ପ୍ରୁଫ୍ ରିଡର୍ –

  • ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁରେ ଗ୍ରାଜୁଏସନ।

  • ଏକ ବର୍ଷର ଅଭିଜ୍ଞତା।

DTP ଅପରେଟର୍ –

  • ଗ୍ରାଜୁଏସନ ସହିତ DTP ରେ ଏକ ବର୍ଷର ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସ।

  • ସମ୍ପୃକ୍ତ କାର୍ଯ୍ୟରେ ଅତି କମ୍‌ରେ ୩ ବର୍ଷର ଅଭିଜ୍ଞତା।

Ncert

୦୧ ଫେବୃଆରୀ ୨୦୨୪ ରେ ସକାଳ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଆପଣ ଦିଲ୍ଲୀ NCERT କାର୍ଯ୍ୟାଳୟକୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ  ପ୍ରକାଶନ ବିଭାଗ, NCERT, ଶ୍ରୀ ଅରୋବିନ୍ଦ ମାର୍ଗ, ନୂଆଦିଲ୍ଲୀ – ୧୧୦୦୧୬ ଠାରେ ପହଞ୍ଚିବାକୁ ହେବ।

ଆହୁରି ପଢ଼ନ୍ତୁ:- ଆସିଲା ଦୁଃଖଦ ଖବର! ହସ୍ପିଟାଲ ବେଡରେ ପ୍ରକୃତି ମିଶ୍ର, ଜାଣନ୍ତୁ ପୁରା ଘଟଣା….