ଭାରତୀୟ ରେଲୱେରେ ଜବରଦସ୍ତ ନିଯୁକ୍ତି, ୧୦ମ ପାସ୍ କରିଥିଲେ ଏପରି କରନ୍ତୁ ଆବେଦନ, ଜାଣନ୍ତୁ ପୁରା ଖବର

 
Railway

ଖୋଲିବାକୁ ଯାଉଛି ଆପଣଙ୍କ ଭାଗ୍ୟ। ରେଳବାଇ ରେ ଆସିଛି ଏକ ବଡ଼ ନିଯୁକ୍ତି। ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ ନଚେତ୍ ହାତରୁ ହରାଇ ବସିବେ ଏକ ସୁବର୍ଣ୍ଣ ସୁଯୋଗ।

ଭାରତୀୟ ଇଷ୍ଟର୍ନ ରେଳବାଇ ପକ୍ଷରୁ ଜାରି କରାଗଲା ନିଯୁକ୍ତି ବିଜ୍ଞପ୍ତି। ପ୍ରାୟ ୩୧୧୫। ଜଣ ଆପ୍ରେଟିସ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ଫିଟର , ଟର୍ନର,ମେଶିନିଷ୍ଟ ,ୱେଲଡର, ଇଲେକ୍ଟ୍ରିସିଆନ, ପେଣ୍ଟର,କାରପେଟର, ରେଫ୍ରିଜେରେଟର ଏବଂ ଏସି ମେକାନିକ୍, ଇଲେକଟ୍ରୋନିକ୍ସ ମେକାନିକ ଓ ମେକାନିକ ପଦବୀ ପୂରଣ କରାଯିବ।
Railway
ତେବେ ଆବେଦନର ସମୟ ସୀମା ପୁର୍ବରୁ ହିଁ ଆବେଦନ କରନ୍ତୁ। ଆବେଦନର ଶେଷ ତାରିଖ ରହିଛି ୨୬ ଅକ୍ଟୋବର। ଯାହା ପୁର୍ବରୁ କରି ନିଅନ୍ତୁ ଆବେଦନ। ତେବେ ଆସନ୍ତୁ ଜାଣିବା କିପରି କରିବେ ଆବେଦନ ?
ଆଗାମୀ ପ୍ରାର୍ଥୀ ମାନେ ପ୍ରଥମେ ER ର ସରକାରୀ ୱେବସାଇଟ rrcer.com କୁ ଯାଆନ୍ତୁ। ଏହା ପରେ Notice - No.RRC - ERIAC ୨୦୨୨-୨୩ ଲିଙ୍କରେ କ୍ଲିକ୍ କରନ୍ତୁ। ଏହା ପରେ ଆବଶ୍ୟକ ଥିବା ତଥ୍ୟ ପ୍ରଦାନ କରନ୍ତୁ। ଏବଂ ଯେଉଁ ଅନୁସାରେ ଅପ୍ସନ୍ ଆସୁଛି ତାର ଚୟନ କରି ସମ୍ପୂର୍ଣ ସଠିକ୍ ଭାବେ ଫର୍ମ ଟିକୁ ଦାଖଲ କରନ୍ତୁ।
ତେବେ ଜାଣି ନିଅନ୍ତୁ ଯୋଗ୍ୟତା ଓ ବୟସ ସୀମା।
ଯୋଗ୍ୟତା :
୧୦ ମ କିମ୍ବା+୨ ପରୀକ୍ଷାର ସର୍ବନିମ୍ନ ୫୦ ପ୍ରତିଶତ ରଖିଥିବା ଆବଶ୍ୟକ।
ବୟସ :
ଅତି କମରେ ୧୫ ବର୍ଷ, ସର୍ବାଧିକ ୨୪ ବର୍ଷ ହୋଇ ଥିବ।
ଚୟନ ପ୍ରକ୍ରିୟା। :
ପ୍ରାର୍ଥୀଙ୍କ ଯୋଗ୍ୟତା ଓ ମାର୍କ ଅନୁସାରେ ତାଙ୍କୁ ଇଣ୍ଟରଭିୟୁ କୁ ଡକାଜିବ।ଇଣ୍ଟରଭିୟୁରେ ଉତ୍ତୀର୍ଣ୍ଣ ହେଲେ ତାଙ୍କୁ ପୋଷ୍ଟରେ ନିଯୁକ୍ତି ଦିଆ ଯିବ।