ଦେଖନ୍ତୁ ଭିଡ଼ିଓ: ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଏବେ ବିଦ୍ୟାଭାରତୀଙ୍କର ହେଲା ଲାଏ ଡିଟେକସନ୍ ଟେଷ୍ଟ, କଣ କହିଲେ ସେ...

 
Lie detection

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାର ଅନେକ ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ପଲିଗ୍ରାଫ ଟେଷ୍ଟର ସହାୟତା ନେଇଛି। ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ କରି ଆସୁଛନ୍ତି। ତେଣୁ ବିଦ୍ୟାଭାରତୀଙ୍କୁ ଗତକାଲି ପଲିଗ୍ରାଫ ଟେଷ୍ଟର ସମ୍ମୁଖୀନ ହେବାକୁ ପଡିଥିଲା।

Bidyabharati

ପ୍ରଥମେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ପଲିଗ୍ରାଫ ଟେଷ୍ଟ କରାଇବା ପରେ ଏବେ ଆସିଛି ବିଦ୍ୟାଭାରତୀଙ୍କ ପାଳି। ସମ୍ପୂର୍ଣ୍ଣ ମାମଲାକୁ ଭଲ ଭାବରେ ଅନୁଧ୍ୟାନ କରି ସାରିବା ପରେ କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନବାଣ ପ୍ରସ୍ତୁତ କରିଥିଲା। ଏଥିପାଇଁ ସେ ନିଜ ବାପାଙ୍କ ସହିତ ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି। ଏଠାରେ କହି ରଖୁଛୁ ଯେ ଲାଏ ଡିଟେକସନ୍‌ ଟେଷ୍ଟରେ କିଛି ତଥ୍ୟ ଲୁଚାଇ ହେବ ନାହିଁ, ମଣିଷର ହାବଭାବକୁ ଅନୁଧ୍ୟାନ କରି ଏହି ଟେଷ୍ଟ ଦ୍ୱାରା ମିଛ କଥାକୁ ଧରାଯାଇ ପାରିଥାଏ।

Acf soumyaranjan

ପୂର୍ବରୁ ତିନିଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି, ସୌମ୍ୟଙ୍କ ପରିବାର ଏବଂ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ, ସେଥିରୁ ସେପରି କୌଣସି ପ୍ରମାଣ ମିଳିପାରିନଥିଲା। ତେବେ, ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ସମେତ ଚିକିତ୍ସା କରିଥିବା ଡାକ୍ତର ଓ ତହସିଲଦାରଙ୍କ ଲାଏ ଡିଟେକସନ୍‌ ଟେଷ୍ଟ କରିବାକୁ ଦାବି କରିଛନ୍ତି।

ଦେଖନ୍ତୁ ଭିଡ଼ିଓ: ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଏବେ ବିଦ୍ୟାଭାରତୀଙ୍କର ହେଲା ଲାଏ ଡିଟେକସନ୍ ଟେଷ୍ଟ, କଣ କହିଲେ ସେ...