କରୋନା କାଳରେ ଭେଙ୍ଗା ବାବାଙ୍କର ଭୟଙ୍କର ଭବିଷ୍ୟବାଣୀ: ୨୦୨୨ କୁ ନେଇ କହିଲେ ଏମିତି

 
Bhenga baba

ମାତ୍ର କିଛି ଦିନ ମଧ୍ୟରେ ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୧। ଲୋକେ ଅନେକ ଆଶା ଏବଂ ବିଶ୍ୱାସର ସହିତ ନୂତନ ବର୍ଷ ୨୦୨୨ କୁ ସ୍ୱାଗତ କରିବାକୁ ଚାହିଁ ରହିଛନ୍ତି। ଆଉ ମାତ୍ର କେଇଟା ଦିନ ପରେ ନୂଆବର୍ଷ ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ଭେଙ୍ଗା ବାବା। ଆଖି ନଥାଇ ମଧ୍ୟ ଭେଙ୍ଗା ବାବା ପୂର୍ବରୁ ଅନେକ ଭବିଷ୍ୟବାଣୀ କରି ସାରିଛନ୍ତି ଯାହାକି ଅନେକାଂଶରେ ସତ ସାବ୍ୟସ୍ତ ହୋଇସାରିଛି। ତେବେ, ଆସନ୍ତୁ ଜାଣିବା ୨୦୨୨ କୁ ନେଇ କଣ କହିଛନ୍ତି ଭେଙ୍ଗା ବାବା।

Bhenga baba

ଭେଙ୍ଗା ବାବା କରିଥିବା ଭବିଷ୍ୟବାଣୀ ଅନୁଯାଇ ୨୦୨୨ରେ ବିଶ୍ୱରେ ଜଳର ଅଭାବ ଦେଖାଦେବ। ନଦୀଗୁଡ଼ିକର ଜଳ ପ୍ରଦୂଷିତ ହେବା ସହ ହ୍ରଦ ଓ ପୋଖରୀଗୁଡ଼ିକର ପାଣି ଶୁଖିବାକୁ ଲାଗିବ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ଆସନ୍ତା ବର୍ଷ ଲୋକମାନେ ଲାପଟପ୍ ଓ ଫୋନ୍ ପରି ଗ୍ୟାଜେଟ୍ ଗୁଡିକ ସହ ଅଧିକ ଜଡ଼ିତ ହୋଇ ରହିବେ। ଏହା ଜନ ସାଧାରଣଙ୍କ ପାଇଁ ଏକ ନିଶାରେ ପାଲଟି ଯିବ ଯାହା ଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟରେ ଅବନତି ଘଟିବ ବୋଲି ଭେଙ୍ଗା ବାବା କହିଛନ୍ତି।

Destruction

ସବୁଠାରୁ ବଡ଼ କଥା ହେଉଛି ଆସନ୍ତା ବର୍ଷ ସାଇବେରିଆ ଠାରେ ବୈଜ୍ଞାନିକ ମାନେ ଏକ ଅତି ଭୟଙ୍କର ଭାଇରସ୍ କୁ ଉଦ୍ଭାବନ କରିବେ, ଯାହାକି ଅଧିକ ସଂକ୍ରାମକ ରହିବ। କେବଳ ଏତିକି ନୁହେଁ ଭାରତ ଉପରେ ମଧ୍ୟ ଗ୍ଲୋବାଲ ୱାର୍ମିଂର ପ୍ରଭାବ ପଡ଼ିବ ଏବଂ ଏଠାରେ ତାପମାତ୍ରା ୫୦ ଡ଼ିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଭବିଷ୍ୟବାଣୀ କରାଯାଇଛି। ଏଥିସହିତ ପଙ୍ଗପାଳମାନଙ୍କର ବଂଶ ବୃଦ୍ଧି ସହିତ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେବ ବୋଲି ଭେଙ୍ଗା ବାବା କହିଛନ୍ତି।