ମଣିଷ ପରିସ୍ରାରୁ ପ୍ରସ୍ତୁତ ହେଉଛି ବିୟର୍ ! ୫୦ ହଜାର ଲିଟର ୟୁରିନ୍ ରୁ ପ୍ରସ୍ତୁତ ଏହି ମଦ ର ସ୍ୱାଦ କୁ ନେଇ କମ୍ପାନୀ କଲା ଅଜବ ଚ୍ୟାଲେଞ୍ଜ

 
Pisner

ଆମ ସମାଜରେ ଅନେକ ଲୋକଙ୍କର ମଦ ଏବଂ ବିଅର ପିଇବାର ଅଭ୍ୟାସ ରହିଛି। ସାଧାରଣତଃ ବିୟର୍ ଫଳର ରସରୁ ପ୍ରସ୍ତୁତ ହେଉଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ ଏପରି ମଧ୍ୟ ଏକ ବିୟର୍ କମ୍ପାନୀ ରହିଛି ଯାହା ମଣିଷର ପରିସ୍ରାରୁ ଏକ ମାଦକ ଦ୍ରବ୍ୟ ପ୍ରସ୍ତୁତ କରିଥାଏ। କଥାଟି ଉପରେ ଭରସା କରିବା ମୁସ୍କିଲ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ ଅଟେ। 

(Pisner) ନାମକ ଏହି କମ୍ପାନୀ ମଣିଷଙ୍କ ପରିସ୍ରାରୁ ବିୟର୍ ପ୍ରସ୍ତୁତ କରିଥାଏ। ଯେପରିକି ନାଁରେ ହିଁ (pis) ନାମକ ଶବ୍ଦର ବ୍ୟବହାର କରାଯାଇଛି ଯାହାର ଅର୍ଥ ପରିସ୍ରା ହୋଇଥାଏ। ଏକ ରିପୋର୍ଟ ଅନୁଯାଇ କିଛି ବର୍ଷ ପୂର୍ବରୁ ଏକ ମ୍ୟୁଜ଼ିକ୍ କଂସର୍ଟରୁ ଏହି କମ୍ପାନୀ ୫୦ ହଜ଼ାର ଲିଟର ପରିସ୍ରା ସଂଗ୍ରହ କରିଥିଲା ଯାହା ପରେ ଏହି ବିୟର୍ କୁ ଲଞ୍ଚ କରାଯାଇଥିଲା।

କମ୍ପାନୀ କହିବା ମୁତାବକ ବିୟର୍ ପ୍ରସ୍ତୁତ କରିବା ପାଇଁ ପରିସ୍ରାକୁ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ଗତି କରାଇବାକୁ ପଡିଥାଏ ତେଣୁ ଏହି ବିୟର୍ ର ସ୍ୱାଦ ଏବଂ ବାସ୍ନା ପରିସ୍ରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଯଦି ଏଥିରୁ କୌଣସି ବ୍ୟତିକ୍ରମ ହୁଏ ତେବେ ଏହି ଉତ୍ପାଦକୁ ବନ୍ଦ କରିଦିଆଯିବ ବୋଲି କମ୍ପାନୀ ତରଫରୁ ଚ୍ୟାଲେଞ୍ଜ କରାଯାଇଛି।