ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଚାକିରୀ ସୁଯୋଗ, ମୋଟ ୬୨୭ ପଦରେ ନିଯୁକ୍ତି ବାହାରିଛି, କରନ୍ତୁ ଆବେଦନ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣମାନେ ବ୍ୟାଙ୍କ ଚାକିରି କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ଏକ ଭଲ ସୁଯୋଗ ଆସିଛି ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ। ବର୍ତ୍ତମାନ ଭାରତର କୋଟି କୋଟି ଗ୍ରାହକଙ୍କ ଭରସାର ବ୍ୟାଙ୍କ ପାଲଟିଛି ବ୍ୟାଙ୍କ ଅଫ ବରୋଦା।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଏହି ବ୍ୟାଙ୍କରେ ନିଯୁକ୍ତି ପାଇବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ବ୍ୟାଙ୍କ ଅଫ ବରୋଦା କର୍ପୋରେଟ ଆଣ୍ଡ ଇନଷ୍ଟିଚ୍ୟୁସନାଲ କ୍ରେଡିଟ ବିଭାଗରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି।
ତେବେ ଆପଣ ମଧ୍ୟ ଯଦି ବ୍ୟାଙ୍କରେ ଚାକିରି କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟତା ହାସଲ କରିଛନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟ bankofbaroda.inକୁ ଯାଇ ଆବେଦନ କରିପାରିବେ। ତେବେ ଏହି ଜରିଆରେ ମୋଟ ୬୨୭ ପଦରେ ନିଯୁକ୍ତି ଦେବାକୁ ଯାଉଛି ବ୍ୟାଙ୍କ ଅଫ୍ ବରୋଦା।
ମୋଟ ୬୨୭ ପୋଷ୍ଟ ନିଯୁକ୍ତି ବାହାରିଛି:
ବ୍ୟାଙ୍କ ଅଫ ବରୋଦା ବିଭିନ୍ନ ପଦରେ ମୋଟ ୬୨୭ ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥିରୁ ରେଗୁଲାର ଆଧାରରେ ୧୬୮ ପଦବୀ ଏବଂ କଣ୍ଟ୍ରାକ୍ଟରେ ୪୫୯ ପଦବୀ ପୂରଣ କରାଯିବ। ବ୍ୟାଙ୍କ ଅଫ ବରୋଦାର ଏହି ନିଯୁକ୍ତି ପାଇଁ ନିମ୍ନଲିଖିତ ଯୋଗ୍ୟତା ରହିବା ଆପଶ୍ୟକ। ବ୍ୟାଙ୍କ ଅଫ ବରୋଦାରେ ନିଯୁକ୍ତି ପାଇବା ପାଇଁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବ। ଆଉ ସର୍ବାଧିକ ବୟସ ୪୫ ବର୍ଷ ବୟସ ହୋଇଥିବା ଆବଶ୍ୟକ।
ତେବେ ପ୍ରତ୍ୟେକ ପଦ ପାଇଁ ବୟସ ସୀମା ଭିନ୍ନ ରହିଛି। ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ରେ ଆବେଦନ କରିବାକୁ ହେବ। ଆଉ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ତିନି ଦିନ ତଳୁ ଅର୍ଥାତ ଜୁନ୍ ୧୨ ତାରିଖରୁ ଆରମ୍ଭ ହୋଇସାରିଛି। ଏହା ଆସନ୍ତା ମାସ ଅର୍ଥାତ୍ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ www.bankofbaroda.co.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।