ବାଂଲାଦେଶରେ ଆତଙ୍କ, ଭାରତରେ ହସିନାଙ୍କ ଆଶ୍ରୟ, ଭାରତ ସହ ମିଶିବକି ବାଂଲାଦେଶ, ଜାଣନ୍ତୁ ପୁରା ଖବର
ବାଙ୍ଗଲାଦେଶରେ ଆତଙ୍କ ! ଭାରତରେ ଆଶ୍ରୟ ନେଲେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଭାଙ୍ଗିଗଲା ଦୀର୍ଘ ବର୍ଷର ସରକାର । ଛାତ୍ର ଆନ୍ଦୋଳନ ବଦଳିଗଲା ସରକାର ବିରୋଧୀ ଆନ୍ଦୋଳନରେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ବର୍ତ୍ତମାନ ସମୟରେ ବାଙ୍ଗଲାଦେଶର ଅବସ୍ଥା ନ କହିଲେ ଭଲ । ଯଦି ଦେଖାଯାଏ ତେବେ ପୂର୍ବରୁ ବିଶ୍ଵ ସ୍ତରରେ ମଧ୍ୟ ଏପରି ଦୃଶ୍ୟ କେବେ ଦେଖିବାକୁ ମିଳି ନଥିଲା । ପ୍ରଧାନ ମନ୍ତ୍ରୀଙ୍କ ବାସ ଭବନରେ ପଶି କଲେ ଲୁଟ୍ ପାତ୍ ।
କିଏ ଶାଢ଼ୀ ବୋହି ନେଉଛି ତ ଆଉ କିଏ ଅନ୍ତବସ୍ତ୍ର ତ ଆଉ କିଏ ଖାଇବାରେ ବ୍ୟସ୍ତ ରହିଛି । ସରକାରୀ ବାସ ଭବନରେ ପଶି ଭଙ୍ଗାରୁଜା କରିବା ସହିତ ଅନେକ ଜିନିଷ ପତ୍ର ବୋହି ନେଇ ପଳାଇବାର ମଧ୍ୟ ଦେଖିବାକୁ ମିଳିଛି ।
ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ହସିନା ସରକାରୀ ପଦବୀରୁ ଇସ୍ତଫା ଦେଇଛନ୍ତି । ଏବଂ ଭାରତର ଗାଜିଆବାଦରେ ଆଶ୍ରୟ ନେଇଛନ୍ତି । ତେଣୁ ଦେଶର ଅବସ୍ଥା ସୁଧାରିବା ପାଇଁ ଦେଶରେ ସନ୍ତୁଳନ ରକ୍ଷା କରିବା ପାଇଁ ଦେଶର ସେନା ମୁଖ୍ୟ ଶାସନ ଭାରକୁ ନିଜ ହାତକୁ ନେଇଛନ୍ତି ।