ଭୟ ବଢ଼ାଇଲା ବାବା କାଳପୁରୁଷଙ୍କ ଭବିଷ୍ୟବାଣୀ, କହିଲେ- ଚାରିଆଡେ କେବଳ ଭସ୍ମ ହିଁ ଭସ୍ମ ପବନର ବଦଳିଯିବ ରଙ୍ଗ
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାରି ରହିଛି ଭବ୍ୟ ମହାକୁମ୍ଭ ମେଳା । ଲକ୍ଷ ଲକ୍ଷ ସାଧୁ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ତେବେ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ। ଯେଉଁଠାରେ ରାତି ପାହିଲେସାଧୁ ସନ୍ଥ ଶ୍ରଦ୍ଧାଳୁଙ୍କୁ ନେଇ ଅନେକ ଖବର ଚର୍ଚ୍ଚାରେ ରହୁଛି। ଏବେ ଏମିତି ଜଣେ ବାବା ଏହି ଭବ୍ୟ ମହାକୁମ୍ଭରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି।
ମହାକୁମ୍ଭରେ ଦେଖିବାକୁ ମିଳିଛନ୍ତି ଏହି ୯୫ ବର୍ଷୀୟ ଅଘୋରୀ ବାବା ଯାହାଙ୍କ ନାମ କାଳପୁରୁଷ ବାବା। ତାଙ୍କ ମୁଖ ମଣ୍ଡଳର ରୂପରେଖକୁ ଦେଖି ମହାକୁମ୍ଭରେ ସମସ୍ତେ ଭୟଭୀତ ହେଇଯାଉଛନ୍ତି। ଏହି କାଳପୁରୁଷଙ୍କ ଭବିଷ୍ୟବାଣୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବାବା ଏମିତି କିଛି ଭବିଷ୍ୟବାଣୀ କରୁଛନ୍ତି ଯାହା ଭୟାବହତା ଆଡ଼କୁ ଇଙ୍ଗିତ କରୁଛି।
କାଳପୁରୁଷ ନାମକ ଏହି ବାବା ଜଣଙ୍କ କହି ବୁଲୁଛନ୍ତି ଯେ, ସେ ଗତ ୭ଟି ମହାକୁମ୍ଭକୁ ଆସି ସାରିଛନ୍ତି। ପ୍ରତ୍ୟେକଥର ସେ ଏହି କ୍ଷେତ୍ର ଦେଇଯାଇଛନ୍ତି ମାତ୍ର ଏଥର ସେ କିଛି ଭିନ୍ନତା ଦେଖୁଛନ୍ତି। ମୃତଦେହ ସତ୍କାର ସ୍ଥାନରେ କାଉ ମାନେ ଭିନ୍ନ ଏକ ସ୍ଵରରେ ଗୀତ ଗାଉଥିବାର ବାବା କହୁଛନ୍ତି। ମୃତଦେହ ଗୁଡ଼ିକ ଅଧିକ ବିଚଳିତ ହେଉଛନ୍ତି ବୋଲି ବାବା କାଳପୁରୁଷ କହୁଛନ୍ତି।
ଏ ସବୁକୁ ଆକଳନ କରି ଆଗାମୀ ଦିନରେ ସବୁ ଜିନିଷ ଭୟାବହତା ଆଡ଼କୁ ଗତି କରିବ ବୋଲି ଏହି କାଳପୁରୁଷ ଜଣଙ୍କ ଭବିଷ୍ୟବାଣୀ କରିଛନ୍ତି। ତେବେ ଏହି କାଳପୁରୁଷ ବାବା ମହାକୁମ୍ଭକୁ ଆସୁଥିବା ସବୁଠୁ ବୟସ୍କ ବାବା। ତାଙ୍କର ଏନେଇ ଭବିଷ୍ୟବାଣୀ ପାଣି ଉପରେ ପର୍ଯ୍ୟବେସିତ। ପାଣିର କମି ଓ ବିପର୍ଯ୍ୟୟ ଉପରେ ସେ ଅଧିକ ଭବିଷ୍ୟବାଣୀ କରିଛନ୍ତି। ଯାହା ଏବେ ମହାକୁମ୍ଭରେ ଭୟ ସୃଷ୍ଟି କରିଛି।