ରଙ୍ଗିଲା ଏସଡ଼ିପିଓଙ୍କ କଳା କାରନାମା! ମହିଳା ଆଇଆଇସିଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ହେଲା ଭାଇରାଲ, ସ୍ତ୍ରୀ କହିଲେ..

 
Sdpo

ପୁଣି ଜଣେ ବଡ଼ ଅଫିସର୍ ଙ୍କ ପାଇଁ ବଦନାମ୍ ହୋଇଛି ପୋଲିସ ବିଭାଗ। ଘରେ ସ୍ତ୍ରୀ ଥାଉ ଥାଉ ମହିଳା ଆଇଆଇସିଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଅନୁଗୁଳ ଏସଡ଼ିପିଓ ଅଶ୍ୱିନୀ କୁମାର ସାହୁ। ଏହିଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଖୋଦ୍ ଅଶ୍ୱିନୀଙ୍କ ସ୍ତ୍ରୀ ମମତା ଏବଂ କେବଳ ଏତିକି ନୁହେଁ ବରଂ ଏସଡ଼ିପିଓଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି।

ତେବେ ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓଟିକୁ କିଏ ଉତ୍ତୋଳନ କରି ଭାଇରାଲ କରିଛି ତାହା ଜଣା ପଡ଼ିନାହିଁ। ତେବେ ଅନୁଗୁଳ ଏସଡ଼ିପିଓଙ୍କ ପ୍ରେମିକା କୁହାଯାଉଥିବା ମହିଳା ଜଣକ ମୟୁରଭଞ୍ଜର ଏକ ଥାନାରେ ଆଇଆଇସି ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଛି। ତେବେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ପ୍ରେମଲୀଳା ବର୍ତ୍ତମାନ ପୋଲିସ ର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ତେବେ ଅଶ୍ୱିନୀଙ୍କ ପତ୍ନୀ ମମତାଙ୍କ କହିବା ଅନୁଯାଇ ତାଙ୍କର ୨୦୦୪ ମସିହାରେ ଅଶ୍ୱିନୀଙ୍କ ସହ ବିବାହ ହୋଇଥିଲା। କିନ୍ତୁ ୨୦୧୧ ମସିହାରୁ ଉକ୍ତ ମହିଳା ଇନ୍ସପେକ୍ଟର୍ ଙ୍କ ସହ ଅଶ୍ୱିନୀ ସମ୍ପର୍କରେ ଆସିବା ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିଥିଲା। ତେବେ ମମତା ନିଜ ସ୍ୱାମୀଙ୍କ ନାମରେ ତାଙ୍କୁ ମାଡ଼ ମାରିବା,ନିର୍ଯାତନା ଦେବା ଏବଂ ସେ ଘରେ ନଥିବା ବେଳେ ପ୍ରେମିକା କୁ ଘରକୁ ଆଣି ଶାରୀରିକ ସମ୍ପର୍କ ରଖୁଥିବା ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି। 

ତେବେ ଏଥିନେଇ ମମତା ପୋଲିସ ଡିଜି, ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ପୋଲିସ କୌଣସି ପଦକ୍ଷପ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲା କୁ ନେଇ ଏସଡ଼ିପିଓ ଅଶ୍ୱିନୀ କୁମାର ସାହୁଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।