ମହିଳା କିମ୍ବା ଯୁବତୀଙ୍କୁ ଲିଫ୍ଟ ଦେଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ ଆପଣଙ୍କ ସହ ବି ଘଟିପାରେ ଏମିତି

 
Lift to girl
କଣ ଆପଣ ବି ମହିଳା ମାନଙ୍କୁ ଦେଉଛନ୍ତି ଲିଫ୍ଟ । ତେବେ ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ । ଏପରି କରିବା ପୂର୍ବରୁ ହଜାର ଥର ଭାବି ଦେଖନ୍ତୁ । କାରଣ ଏହା ଆପଣଙ୍କ ବିରୋଧର ଆପଣଙ୍କୁ ଜେଲ୍ ପଠାଇବା ପାଇଁ କିମ୍ବା ଆପଣଙ୍କୁ ଲୁଟିବା ପାଇଁ ହୋଇପାରେ ଏକ ଷଡ଼ଯନ୍ତ୍ର । 

ର

ଅନେକ ସମୟରେ ଲିଫ୍ଟ ମାଗିବା ଏକ ସାଧାରଣ କଥା ଅଟେ । ସେ ଝିଅ ହୁଅନ୍ତୁ ବା ପୁଅ ଆବଶ୍ୟକତା ବେଳେ ଲିଫ୍ଟ ଦେଇ ସାହାଯ୍ୟ କରିବା ଏକ ମାନବିକ କର୍ତ୍ତବ୍ୟ ମଧ୍ୟ ଅଟେ । ହେଲେ ଆଜିକାଲି କିଛି ଯୁବତୀ ବା ମହିଳା ମାନେ ଏହାର ଫାଇଦା ଉଠାଉଛନ୍ତି । ଯେଉଁଥି ପାଇଁ ଲୋକେ ସାହାଯ୍ୟ କରିବାକୁ ବି ଡରୁଛନ୍ତି । ଏବଂ ଯେଉଁମାନେ ପ୍ରକୃତ ସାହାଯ୍ୟର ଭାଗିଦାରୀ ସେମାନେ ସାହାଯ୍ୟରୁ ବଞ୍ଚିତ ହେଉଛନ୍ତି ।

ଏପରି କିଛି ଘଟଣା ଦେଖିବାକୁ ମିଳିଥିଲା ହାଇଦ୍ରାବାଦ୍ ରେ । ହେଲେ ଗାଡ଼ି ଡ୍ରାଇଭର୍ ଜଣକ ଘଟଣାର ଭିଡିଓ ବନାଉଥିବାରୁ ସବୁ ସତ ସାମ୍ନାକୁ ଆସିଥିଲା । ତେବେ ପୋଲିସ୍ ର ସନ୍ଧାନ ପରେ ଜଣା ପଡିଛି ଯେ ଏହା ଲୁଟ୍ ର ଅନ୍ୟ ଏକ ମାଧ୍ୟମ ପାଲଟିଛି । ଅନେକ ଝିଅ ଏଥିରେ ସାମିଲ୍ ଅଛନ୍ତି । ଯେଉଁମାନେ ରାତିର ଅନ୍ଧାରରେ ଲିଫ୍ଟ ର ସାହାଯ୍ୟ ନାମରେ ଲୋକ ମାନଙ୍କୁ ଲୁଟୁଛନ୍ତି ।

Lift

ଏହି ଝିଅ ମାନେ ସାଧାରଣତଃ ଏପରି କାର୍ଯ୍ୟ ରାତ୍ରିରେ ହିଁ କରୁଛନ୍ତି । ପ୍ରଥମେ ସେମାନେ ଅତି ସରଳରେ ନାନା ବାହାନା କରି ଲିଫ୍ଟ ମାଗୁଛନ୍ତି ଓ ଗାଡ଼ିରେ ବସିବା ପରେ ନିଜେ ନିଜର ଡ୍ରେସ୍ କପଡ଼ା ଚିରି ଦେଉଛନ୍ତି ଓ ସାହାଯ୍ୟକାରିକୁ ଟଙ୍କା ଦାବୀ କରୁଛନ୍ତି । ଏପରିକି ସେମାନଙ୍କ ଠାରୁ ଟଙ୍କା , ସୁନା , ମୋବାଇଲ ଫୋନ୍ ଆଦି ଛଡାଇ ନେଉଛନ୍ତି । ଏବଂ ସାହାଯ୍ୟକାରୀ ମୁହଁ ଖୋଲିବାରୁ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଫସେଇବାର ଧମକ ଦେଉଛନ୍ତି ।