ଆପଣ ବି ଫେସିଆଲ୍ କରୁଛନ୍ତି କି? ଫେସିଆଲ୍ କରି ୩ ମହିଳା ହୋଇଗଲେ ଏଚ.ଆଇ.ଭି.ର ଶିକାର, ଜାଣନ୍ତୁ ପୁରା ଖବର

 
Facial

ଫେସିଆଲ କରି ମହିଳାଙ୍କୁ ହେଲା ଏଡ୍ସ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆମେରିକାରୁ । ଜଣେ ନୁହେଁ ବରଂ ତିନି ଜଣ ମହିଳାଙ୍କୁ ଭାମ୍ପାୟାର ଫେଶିଆଲ କରି ଏବେ ଶିକାର ହୋଇଛନ୍ତି ଏଚଆଇଭି ଏଡ୍ସର ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ଆମେରିକାର ଏକ ବିୟୁଟି ସ୍ପା ଠାରେ ଭାମ୍ପାୟାର୍ ଫେଶିଆଲ ସମୟରେ ବ୍ୟବହୃତ ଛୁଞ୍ଚିରୁ ତିନି ଜଣ ମହିଳା ଏଚଆଇଭିର ସଂକ୍ରମିତ ହୋଇଛନ୍ତି । ପ୍ରାଚରିକ ବ୍ୟବସ୍ଥାର ଦୁଇ ଜଣ ଏଚଆଇଭି ଚିହ୍ନିତ ହୋଇଥିବା ବେଳେ ତୃତୀୟ ଜଣଙ୍କୁ ଏଡ୍ସ ହୋଇଛି । 

Facial

ଏହାର କାରଣ ଦର୍ଶାଇ ଡାକ୍ତର କହିଛନ୍ତି ଯେ , ସ୍ପାରେ ସଂକ୍ରମଣକୁ ସଂପୂର୍ଣ୍ଣ ଅଣଦେଖା କରା ଯାଇଥିଲା । ଅନ୍ୟ କେହି ବ୍ୟବହାର କରିଥିବା ଛୁଞ୍ଚିକୁ ବିନା ବିଶୋଧନ କରାଯାଇ ପୁଣି ବ୍ୟବହାର କରା ଯାଇଛି ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏବଂ ନ୍ୟୁ ମେକ୍ସିକୋ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ଅନୁଯାୟୀ ଏହି ୩ଜଣ ମହିଳାଙ୍କୁ ଭାମ୍ପାୟାର ଫେସିଆଲ କରାଯାଇଥିଲା ଏବଂ ଏହା ପରେ ସେମାନଙ୍କୁ ଏଚ୍.ଆଇ.ଭି. ହୋଇଗଲା ।

କ୍ଲିନିକ୍ ର ଅନୁସନ୍ଧାନରୁ ଜଣାପଡିଛି ଯେ ୪୦ ରୁ ୬୦ ବର୍ଷ ବୟସ ମଧ୍ୟରେ ତିନିଜଣ ମହିଳଠାରେ ସ୍ପା’ରେ “ଖରାପ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସ’ ହେତୁ ଏହି ଜୀବାଣୁ ସଂକ୍ରମିତ ହୋଇଥିଲା ।