କଣ ଆପଣଙ୍କର ବି ଭୋଟର କାର୍ଡ ନାହିଁ କି? ତେବେ ଜାଣନ୍ତୁ ବିନା ଭୋଟର କାର୍ଡରେ କିପରି ଦେବେ ଭୋଟ୍

 
Voter card

ଓଡ଼ିଶାରେ ଆଜି ଆରମ୍ଭ ହୋଇଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ । ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ମତଦାନ କାର୍ଯ୍ୟ ଆୟୋଜିତ ହେବ । ପ୍ରଥମଟି ମେ ୧୩ ରୁ ଆରମ୍ଭ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ମେ ୧୫ , ତୃତୀୟ ପର୍ଯ୍ୟାୟ ମତଦାନ ମେ ୨୦ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ସୂଚନା ଅନୁସାରେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ଯେଉଁଥିରୁ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ରହିଥିବା ବେଳେ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ରହିଛନ୍ତି । 

ଆ

ଭାରତ ନିର୍ବାଚନ ଆୟୁକ୍ତଙ୍କ ଅନୁସାରେ ବିନା ପ୍ରମାଣ ପତ୍ରରେ କେହି ଭୋଟ ଦେଇ ପାରିବେ ନାହିଁ । ତେବେ ଯଦି ଆପଣଙ୍କର ଟି ହଜି ଯାଇଛି କିମ୍ବା ଆପଣଙ୍କ ନିକଟରେ ପହଞ୍ଚିନି , ତେବେ ମଧ୍ୟ ଆପଣ ଏହି ଉପାୟରେ ଦେଇ ପାରିବେ ଭୋଟ ।

ନିର୍ବାଚନ ଆୟୁକ୍ତ ଭୋଟର ଆଇଡି ସହିତ ଆଉ ୧୨ଟି ଆଇଡିଣ୍ଟି କାର୍ଡକୁ ସିକୃତି ଦେଇଛନ୍ତି । ଅର୍ଥାତ୍ ଭୋଟର କାର୍ଡ ନ ଥିଲେ ମଧ୍ୟ ଆପଣ ଏହି ୧୨ଟି କାର୍ଡ ମଧ୍ୟରୁ ଗୋଟିଏ ନେଇ ଭୋଟ ଦେଇ ପାରିବେ ।

ଯେପରିକି ଆଧାର କାର୍ଡ , ପାନ କାର୍ଡ , ପାସ ବୁକ୍ , ସ୍ୱାସ୍ଥ୍ୟବୀମା କାର୍ଡ, ସ୍ମାର୍ଟ କାର୍ଡ , ଡ୍ରାଇଭିଂ ଲାଇସେନ୍ସ , ପେନସନ ଡକ୍ୟୁମେଣ୍ଟ , ମନରେଗା କାର୍ଡ ଏବଂ ଅନ୍ୟ କୌଣସି ଭାରତ କିମ୍ବା ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାପ୍ତ ପରିଚୟ ପତ୍ର ।