WHO ଦେଲା ଚେତାବନୀ, ଆଜିଠୁ ଖାଇବା ଛାଡ଼ନ୍ତୁ ଏହି ୫ଟି ଖାଦ୍ୟ, କ୍ୟାନ୍ସର କରିବାରେ ଯୋଗଦାନ କରିଥାଏ

 
Cancer causing foods
କ୍ୟାନ୍ସର ନାମଟି ଶୁଣିବା ପରେ ମନରେ ଯେପରି ଏକ ଭୟ ସୃଷ୍ଟି ହଉଛି । ବିଶ୍ୱସ୍ତରରେ ମଧ୍ୟ ଏ ନେଇ ଏକ ବଡ ବିପତ୍ତି ଦେଖା ଦେବାରେ ଲାଗିଛି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଛି ହେଲେ କମିବାର ନାଆଁ ନେଉ ନାହିଁ । ତେବେ ସେ ଯେ କୌଣସି ରୋଗ ବା ଶରୀରର ଅସୁସ୍ଥତା ହେଉ ନା କାହିଁକି ତା ପଛରେ ଆମ ଖାଦ୍ୟ ପ୍ରଣାଳୀ ହିଁ ରହିଥାଏ ।

E

ଆଜି ଆମେ ଆପଣଙ୍କୁ ଏପରି କେତେକ ଖାଦ୍ୟ ବିଷୟରେ ଜଣାଇବାକୁ ଯାଉଛୁ , ଯାହା ଖାଇବା ଦ୍ଵାରା ଆପଣ ଭବିଷ୍ୟତରେ କ୍ୟାନ୍ସର ପୀଡ଼ିତ ହୋଇ ପାରନ୍ତି । ଏପରି ଖାଦ୍ୟ ଗୁଡ଼ିକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପ୍ରାଣ ଘାତକ ବୋଲି ମଧ୍ୟ ଦର୍ଶାଇଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ବାରା ଆପଣ କ୍ୟାନ୍ସରର ଶିକାର ହୋଇ ପାରନ୍ତି ।

ପ୍ରୋସେସଡ ମିଟ୍ ବା ରେଡ୍ ମୀଟ୍ :

ଏହା କ୍ୟାନ୍ସରର ଏକ ପ୍ରମୁଖ କାରଣ ଅଟେ । ଅନେକ ଦେଶରେ ଏହାକୁ ମଧ୍ୟ ବ୍ୟାନ କରା ଯାଇଛି । ରେଡ୍ ମିଟ୍ ଖାଇବା ଦ୍ବାରା ଅଗ୍ନାଶୟ ଓ ପ୍ରୋଷ୍ଟେଟ କ୍ୟାନ୍ସର ବଢ଼ିଥାଏ ।

ଲୁଣି ମାଛ ଓ ଶୁଖୁଆ :

ଏହା ମଧ୍ୟ କ୍ୟାନ୍ସର ଏକ ମୁଖ୍ୟ କାରଣ ଅଟେ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ କ୍ୟାନ୍ସରର କାରଣ ବୋଲି ଦର୍ଶାଇଛି ।

ସୁଗାର ଡ୍ରିଙ୍କ ଓ ନନ୍ ଡାଏଟ୍ ସୋଡା :

ଏହି ଦୁଇଟି ଖାଦ୍ୟ ଶରୀରରେ ମୋଟା ପଣର ବୃଦ୍ଧି କରିଥାଏ । ମୋଟା ପଣକୁ ରୋଗର ଘର ଭାବେ ବିବେଚନା କରାଯାଏ । ତେଣୁ ଆପଣ ଯେତେ ଏହି ପ୍ରକାରର ଖାଦ୍ୟରୁ ଦୂରେଇ ରହିବେ ସେତେ ଭଲ ।