ପାନ୍ କାର୍ଡ ଜେରକ୍ସ ସବୁ ଆଡେ ଦେଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ଆପଣ ସହ ହୋଇପାରେ ଏମିତି

 
Pan card

ଆଧାର କାର୍ଡ ଭଳି ପାନ୍ କାର୍ଡ ମଧ୍ୟ ଏକ ଜରୁରୀ ଦସ୍ତାବିଜ୍ ଅଟେ । ଆଜିକାଲି ସବୁ କ୍ଷେତ୍ରରେ ଏହି ପାନ୍ କାର୍ଡ ମଧ୍ୟ ଦରକାର ପଡ଼ିଥାଏ । ଏବେ ଏହି ପାନ୍ କାର୍ଡକୁ ନେଇ ଆସିଛି କିଛି ଖବର ଯାହା ଏହି ଭିଡିଓ ଆପଣମାନେ ଜାଣିପାରିବେ । ଯଦି ଆପଣମାନେ ସବୁ ସ୍ଥାନରେ ଆପଣଙ୍କ ପାନ୍ କାର୍ଡ ଦେଉଛନ୍ତି ତାମାଧ୍ୟମରେହେଲେ ଆପଣ ସାବଧାନ ହୋଇ ଯାଆନ୍ତୁ କାରଣ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯଦି ଆପଣ ସବୁ ସ୍ଥାନରେ ପାନ୍ କାର୍ଡର କପି ଦେଉଛନ୍ତି ତାହେଲେ ଆପଣ ଠକାମୀର ଶିକାର ହୋଇପାରନ୍ତି ।

ପାନ୍ କାର୍ଡ ଅତି ଜରୁରୀ ଦସ୍ତାବିଜ୍ ଅଟେ । ଆକାଉଣ୍ଟ ଠାରୁ ଆରମ୍ଭ କରି ଅନେକ ସ୍ଥାନରେ ପାନ୍ କାର୍ଡ ଆବଶ୍ୟକ ପଡିଥାଏ । ଯେ କୌଣସି ବ୍ୟାଙ୍କିଙ୍ଗ ବା ଆୟକର ସେବା ପାଇଁ ପାନ୍ କାର୍ଡ ଦରକାର ପଡ଼ିଥାଏ । ଆକାଉଣ୍ଟ ଖୋଲିବା ପାଇଁ ପାନ୍ କାର୍ଡ ଆବଶ୍ୟକ ପଡିଥାଏ । ପାନ୍ କାର୍ଡ ଦେଲେ ଅସୁବିଧା ବି ହୋଇପାରେ ବୋଲି ଏବେ ଖବର ଆସୁଛି । ଆପଣଙ୍କ ପାନ୍ କାର୍ଡ ଦ୍ଵାରା ଠକେଇ ହୋଇପାରେ । ଆପଣଙ୍କ ପାନ୍ କାର୍ଡ କୌଣସି ଠକ ହାତରେ ବି ପଡ଼ିପାରେ । ଏଭଳି ଅନେକ କିଛି ଅସୁବିଧା ହୋଇପାରେ । 

ଯଦି ଆପଣଙ୍କ ପାନ୍ କାର୍ଡ ବିବରଣୀ କୌଣସି ଠକଙ୍କ ହାତରେ ପଡେ ତାହେଲେ ସେ ଆପଣଙ୍କ ସୂଚନା ସବୁ ଜାଣି ଆପଣଙ୍କ ଆକାଉଣ୍ଟ ଖାଲି କରି ଦେଇପାରେ । ସେଥିପାଇଁ ଆପଣମାନେ ଯେଉଁଠି ଆପଣଙ୍କ ପାନ୍ କାର୍ଡ ଦାଖଲ କରୁଛନ୍ତି ସେଠାରେ ଭାବି ଚିନ୍ତି ଦାଖଲ କରନ୍ତୁ । ପାନ୍ କାର୍ଡ କପି କେଉଁ ସ୍ଥାନରେ ଦରକାର ପଡୁଛି ସେହି ସ୍ଥାନରେ ସତର୍କତାର ସହ ପାନ୍ କାର୍ଡ ବ୍ୟବହାର କରନ୍ତୁ । ଆପଣଙ୍କ ପାନ୍ କାର୍ଡ ଦ୍ଵାରା ଠକମାନେ ମଧ୍ୟ ଲୋନ୍ ନେଇପାରନ୍ତି । ଆପଣଙ୍କ ନାଁରେ ଋଣ ନେଇ ଠକ ମାନେ ନେଇ ଯାଆନ୍ତି ।

ଯେଉଁ ସ୍ଥାନରେ ପାନ୍ କାର୍ଡ ଦରକାର ସେହି ସ୍ଥାନରେ ପାନ୍ କାର୍ଡ ଦିଅନ୍ତୁ । ପାନ୍ କାର୍ଡ ନେଇ ଲୋନ କରିଲେ ଯେଉଁ ବ୍ୟକ୍ତିଙ୍କ ନାଁରେ ଲୋନ ହୋଇଥିବ ସେ ସୁଝିବେ । ସାଇବର ଠକମାନେ ଅନେକ ପ୍ରକାରର ଉପାୟ କରି ପାନ୍ କାର୍ଡ ଦ୍ଵାରା ଅନେକ ଋଣ ଉଠାଇ ଏଭଳି ହଇରାଣ କରନ୍ତି । ସେଥିପାଇଁ ପାନ୍ କାର୍ଡ ଦରକାର ସ୍ଥାନ ବ୍ୟତୀତ ଆଉ କୌଣସି ବି ସ୍ଥାନରେ ଦିଅନ୍ତୁ ନାହିଁ । ଏବେ ଏହି ବିଷୟରେ ସମସ୍ତେ ଜାଣିବା ଉଚିତ୍ । ଲୋକମାନେ ଏହି ସମ୍ପର୍କରେ ଯେତେ ସଚେତନ ହେବେ ସେତେ ଭଲ । ଆପଣମାନେ ଏହି ବିଷୟରେ ଅନେକ କିଛି ତଥ୍ୟ ଜାଣିପାରିଲେ ।