ବାହାରିଲା ‘ଜୁନିୟର ସ୍ତ୍ରୀ’ ନିଯୁକ୍ତି, ସ୍ତ୍ରୀ ହେଲେ ମିଳିବ ମୋଟା ଦରମା, ଯୋଗ୍ୟତାରେ ଦରକାର ମାତ୍ର ଏହି ଜିନିଷ, ଜାଣନ୍ତୁ ପୁରା ଖବର

 
Junior wife

କଣ ଆପଣ ସ୍ତ୍ରୀ ହୋଇ କରିବାକୁ ଚାହୁଁଛନ୍ତି ଚାକିରୀ ? ତେବେ ଆଜି ହିଁ କରନ୍ତୁ ଆବେଦନ । ସ୍ତ୍ରୀର ଚାକିରୀ କରିବେ ମାସକୁ ଦରମା ବି ପାଇବେ । ଦରମା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ବି ଯୋଗାଇ ଦିଆାଯିବ । କଥାଟି ଆପଣଙ୍କୁ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗିବା ବି ସ୍ଵାଭାବିକ । ଏପରି ଏକ ଚାକିରୀର ବିଜ୍ଞପ୍ତି ଦେଖିବାକୁ ମିଳିଛି ଲିଙ୍କଇଡ୍ ଇନ୍ ଆପ ରେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଲିଙ୍କଇଡ୍ ଇନ୍ ହେଉଛି ଏକ ଚାକିରୀ ଖୋଜିବା ଆପ । ଯାହା ବିଷୟରେ ଆପଣ ହୁଏ ତ ଜାଣିଥିବେ । ଏହି ଆପ ରେ ବିଭିନ୍ନ ପ୍ରକାରର ବେସରକାରୀ ଚାକିରୀର ବିଜ୍ଞପ୍ତି ଦେଖିବାକୁ ମିଳିଥାଏ । ତେବେ ଆପଣ ବି ଯଦି ଘରେ ବସି ଚାକିରୀ ପାଇବାକୁ ଚାହୁଁଛନ୍ତି ତେବେ ଏହା ଏକ ଉତ୍ତମ ଆପ୍ ଅଟେ ।

Junior wife

ଯେଉଁଥିରେ ଆପଣ ବିଭିନ୍ନ ଚାକିରୀରେ ଆପ୍ଲାୟ କରି ପାରିବେ । ଏବଂ ଘରେ ବସି କମ୍ପାନିର ଏଚଆର୍ ମାନଙ୍କ ସହ ମିଟିଂ ଫିକ୍ସ କରି ପାରିବେ । ଏହି ଆପ ରେ ଏଭଳି ଏକ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ପୋଷ୍ଟ ଟି ୟୁଜର୍ସ ଜଣଙ୍କ ଲୋକଙ୍କୁ ହସାଇବା ପାଇଁ ପୋଷ୍ଟ କରିଥିଲେ ବୋଲି ମତ ପ୍ରକାଶ କରିଛନ୍ତି ।

ତେବେ ଜାଣନ୍ତୁ କଣ ରହିଛି ଏହି ପୋଷ୍ଟ.......

ଜିତେନ୍ଦ୍ର ସିଂହ ନାମକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଏପରି ଏକ ହାସ୍ୟାସ୍ପଦ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଜୁନିୟର ସ୍ତ୍ରୀ ଆବଶ୍ୟକ ବୋଲି ପୋଷ୍ଟ କରିଥିଲେ ଏବଂ ସ୍ତ୍ରୀ ହେବା ପାଇଁ କୌଣସି ଅଭିଜ୍ଞତା ବି ଆବଶ୍ୟକ ନାହିଁ ବୋଲି ମଧ୍ୟ ପୋଷ୍ଟ କରିଥିଲେ । ଏହା ସହିତ ସେ ଆହୁରି ମଧ୍ୟ ଲେଖିଥିଲେ ଯେ ରୋଷେଇର ଦୁଇ ବର୍ଷ ଅଭିଜ୍ଞତା ରହିଥିବା ଦରକାର । ମୋତେ ରାତିରେ ମସଲା ବିରିୟାନି କରି ଖୁଆଉଥିବା ଦରକାର ।