ଦେଖନ୍ତୁ ଭିଡ଼ିଓ:ଲାଇଭ ନ୍ୟୁଜ୍ ରେ ରୋହିତ ସରଦାନାଙ୍କ ମୃତ୍ୟୁ ଖବର ପଢିବା ବେଳେ କାନ୍ଦି ପକାଇଲେ ସାଥି ନ୍ୟୁଜ ଆଙ୍କର,କହିଲେ ଏପରି କଥା

 
ଦେଖନ୍ତୁ ଭିଡ଼ିଓ:ଲାଇଭ ନ୍ୟୁଜ୍ ରେ ରୋହିତ ସରଦାନାଙ୍କ ମୃତ୍ୟୁ ଖବର ପଢିବା ବେଳେ କାନ୍ଦି ପକାଇଲେ ସାଥି ନ୍ୟୁଜ ଆଙ୍କର,କହିଲେ ଏପରି କଥା

ଲୋକପ୍ରିୟ ନ୍ୟୁଜ୍ ଆଙ୍କର ତଥା ଗଣମାଧ୍ୟମ ର ଜଣା ଶୁଣା ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗ ସାରା ଦେଶ ଓ ଗଣମାଧ୍ୟମ ଇଣ୍ଡଷ୍ଟ୍ରି କୁ ସ୍ତବ୍ଧ କରିଦେଇଛି। ଏପରିକି ଆଜି ତାଙ୍କ ବିୟୋଗ ଖବର ପଢିବା ବେଳେ ଆଜ ତକ୍ ନ୍ୟୁଜ୍ ଆଙ୍କର ନଭଜ୍ୟୋତ୍ ରନ୍ଧାୱା ନିଜ କୋହ ସମ୍ଭାଳି ନ ପାରି ଲାଇଭ ଟିଭି ପରଦା ଉପରେ କାନ୍ଦି ପକାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଆଙ୍କର ଜଣକ କାନ୍ଦି କାନ୍ଦି ସାଥି ତଥା ବରିଷ୍ଠ ସମ୍ବାଦଦାତା ରୋହିତଙ୍କ ଜୀବନୀ ବିଷୟରେ ବଖାଣି ଥିଲେ। ଏପରିକି ଶନିବାର ଆମେ ଏକାଠି ଆଙ୍କରିଂ କରୁଥିଲୁ ଏବଂ ପରେ ସେ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ପରେ ସେ ଡାକ୍ତରଖାନା ଏବଂ ପରେ ଆୟିସିୟୁ ରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଥିଲା।

ତେବେ ସକାଳୁ ବୁଲେଟିନ୍ ପଢିବା କୁ ନେଇ ମୁଁ ବହୁତ ଚାପ ଭିତରେ ଥିଲି ବୋଲି କହିଛନ୍ତି ସାଥି ଆଙ୍କର ଚିତ୍ରା ତ୍ରିପାଠୀ। ତେବେ ସାଥି ଆଙ୍କରଙ୍କର ଖବର ପଢିବା ବେଳେ କାନ୍ଦି ପକାଇବାର ଭିଡ଼ିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିତ ସରଦାନା କାରୋନା ସଂକ୍ରମିତ ଥିବା ବେଳେ ହଠାତ ହୃଦଘାତ କାରଣରୁ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା।