ଦେଖନ୍ତୁ ଭିଡ଼ିଓ: ସମୁଦ୍ର ଭିତରେ ୧୮ ହଜ଼ାର କିଲୋର ବୋମା ବିସ୍ଫୋରଣ କରିଲା ଆମେରିକା, ସୃଷ୍ଟି ହେଲା ଭୂମିକମ୍ପ ଭଳି ପରିସ୍ଥିତି….

 
Bomb blast

ବର୍ତ୍ତମାନ ସମୟରେ ପ୍ରାୟ ସବୁ ବଡ଼ ଏବଂ ଶକ୍ତିଶାଳୀ ଦେଶମାନଙ୍କ  ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେଣୁ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଭଳି ପରିସ୍ଥିତିରେ ଚୀନ,ରୁଷ ଏବଂ ଇରାନ ପରି ଦେଶ ନିଜର ସୈନ୍ୟ ଶକ୍ତିକୁ ସୁଦୃଢ଼ କରିବାରେ ଲାଗିଛନ୍ତି।

ଏହାରି ଭିତରେ ଏକ ଭିଡ଼ିଓ ସମ୍ନାକୁ ଆସୁଛି ଯେଉଁଥିରେ ଆମେରିକା ନୌସେନା ନିଜର କ୍ଷମତା ପରୀକ୍ଷଣ କରିବା ପାଇଁ ଏକ ବିମାନ ବାହକ ପୋତ ନିକଟରେ ୪୦ ହଜାର ପାଉଣ୍ଡ ଅର୍ଥାତ୍ ୧୮ ହଜାର ୧୪୪ କିଲୋ ଓଜନର ବୋମା ବିସ୍ଫୋରଣ କରିଛି। ଏହି ବିସ୍ଫୋରଣ ଫ୍ଲୋରିଡା ତଟ ଠାରୁ ପ୍ରାୟ ୧୦୦ ମାଇଲ୍ ଦୂର ଆଟଲାଣ୍ଟିକ୍ ମହାସାଗରରେ କରାଯାଇଛି।

ପ୍ରକୃତରେ ଯୁଦ୍ଧ ସମୟରେ ନୌସେନାର ପୋତ ନିକଟରେ ଏଭଳି ବିସ୍ଫୋରଣ ହୋଇଥାଏ। ତେଣୁ ଏଭଳି ବିସ୍ଫୋରଣ ଦ୍ୱାରା ପୋତ ଉପରେ କଣ ପ୍ରଭାବ ପଡୁଛି ତାହା ଅନୁମାନ କରିବା ପାଇଁ ଆମେରିକା ଏଭଳି ଟେଷ୍ଟିଂ କରିଥିଲା। ତେବେ ଏହି ବିସ୍ଫୋରଣ ପରେ ସେଠାରେ ଭୂମିକମ୍ପ ହେଲା ଭଳି ସ୍ଥିତି ଉପୁଜିଥିଲା। ଏହି ବିସ୍ଫୋରଣ କାରଣରୁ ସମୂଦ୍ରରେ ୩.୯ ତୀବ୍ରତାର ଭୂମିକମ୍ପ ହୋଇଛି ବୋଲି ଆମେରିକାର ଜିୟୋଲୋଜିକାଲ ସର୍ଭେ ତରଫରୁ ଆକଳନ କରାଯାଇଥିଲା।