ଅମ୍ବାନୀ ନୁହେଁ କି ଅଦାନୀ ନୁହେଁ ଶ୍ରୀରାମ ମନ୍ଦିରକୁ ସବୁଠୁ ଅଧିକ ଟଙ୍କା ଦାନ କରିଛନ୍ତି ଏହି ବ୍ୟକ୍ତି

 
Ram mandir highest donation person
ସମସ୍ତଙ୍କୁ ପଛରେ ପକାଇ ରାମ ମନ୍ଦିରକୁ ଦାନ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି ଏହି ବ୍ୟକ୍ତି । ପୂର୍ବରୁ ମୁରାରି ବାବୁ ୧୧ କୋଟିରୁ ଉର୍ଦ୍ଧ୍ବ ଦାନ କରି ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ବର୍ତ୍ତମାନ ଏହି ବ୍ୟକ୍ତି ଜଣକଙ୍କ ଦାନ ପରେ ପଛରେ ରହି ଯାଇଛନ୍ତି ମୁରାରି ବାବୁ । ଏପରିକି ଅମ୍ବାନୀ ଓ ଆଦାନୀଙ୍କ ପରି ବଡ଼ ବଡ଼ ବିଜନେସମ୍ୟାନଙ୍କୁ ବି ପଛରେ ପକାଇ ଦେଇଛନ୍ତି ଏହି ମହାନ୍ ବ୍ୟକ୍ତି ଜଣକ ।

R

ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଏହି ବ୍ୟକ୍ତିଙ୍କର ଦାନର ସୂଚନା ମିଳିଛି । ଟ୍ରଷ୍ଟ ଘୋଷଣା କରିଛି ସୁରଟର ଦିଲ୍ଲୀପ କୁମାର ନାମକ ଜଣେ ହୀରା ବ୍ୟାପାରୀ ରାମ ମନ୍ଦିରକୁ ୧୦୧ କ୍ଵିଣ୍ଟାଲର ସୁନା ଦାନ କରିଛନ୍ତି ।

ବର୍ତ୍ତମାନ ଭାରତରେ ୧୦ ଗ୍ରାମ୍ ସୁନାର ଦାମ୍ ୬୮,୦୦୦ ରହିଛି । ଏହି ହିସାବରେ ପାଖାପାଖି ୬୮ କୋଟି ଟଙ୍କା ସେ ରାମ ମନ୍ଦିରକୁ ଦାନ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

କୁହା ଯାଉଛି ତାଙ୍କର ଏହି ଦାନ ସୁନାରେ ମନ୍ଦିରର ଗର୍ଭ ଗୃହର କବାଟ ସହିତ ଅନ୍ୟ ପ୍ରାୟ ୧୪ଟି ସୁନାର କବାଟ ତିଆରି କରାଯାଇଛି । ମନ୍ଦିରରେ ପ୍ରାୟ ୪୨ଟି ସୁନା କବାଟ ଲାଗିବାର ବ୍ୟବସ୍ଥା ରହିଥିବା ବେଳେ ଏଥି ମଧ୍ୟରୁ ପ୍ରାୟ ୧୫ଟି ସୁନା କବାଟ ଲାଗି ସାରିଲାଣି । ସୂଚନା ଅନୁସାରେ ମନ୍ଦିରକୁ ଆଶା ରଖା ଯାଇଥିବା ଦାନ ଠାରୁ ଢେର୍ ଗୁଣ ଅଧିକ ଦାନ ମିଳିଛି ।