ବଡ଼ ଖବର: ୟୁପିରେ ପୁଣିଥରେ ଯୋଗୀ ସରକାର ବଦଳେଇବେ ଜିଲ୍ଲାର ନାମ, ଅଲିଗଡ଼ ର ନୁଆଁ ନାମ ଭଗବାନ ଙ୍କ ନାମ ରେ ହେବ

 
Aligarh

ଉତ୍ତରପ୍ରଦେଶର ଆଲିଗଡର ନାମ ପରିବର୍ତ୍ତନ କରାଯିବ! ଆଜ୍ଞା ହଁ, ଖୁବଶୀଘ୍ର ଏହି ସହର ହରିହରଗଡ ନାମରେ ପରିଚିତ ହେବାକୁ ଯାଉଛି। ଆଲିଗଡ ମ୍ୟୁନିସିପାଲିଟି କର୍ପୋରେସନ ବୋର୍ଡ ଦ୍ୱାରା ଏହି ନାମର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଲିଗଡ ମ୍ୟୁନିସିପାଲିଟି କର୍ପୋରେସନ୍ ବୋର୍ଡର ବୈଠକରେ ଭାରତୀୟ ଜନତା ପାର୍ଟି କାଉନସିଲର ସଞ୍ଜୟ ପଣ୍ଡିତ ଆଲିଗଡର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ।  

Aligarh

ଏହି ପ୍ରସ୍ତାବରେ ସେ ଆଲିଗଡର ନାମ ହରିହରଗଡକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏହି ପ୍ରସ୍ତାବ ବୈଠକରେ ଆସିବା ମାତ୍ରେ ବିରୋଧୀ କାଉନସିଲରମାନେ ବିରୋଧ କରିବା ସହିତ ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ। ବିଜେପିର ନାମ ବଦଳାଇବାର ଏଜେଣ୍ଡାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। 

ତେବେ ବିଜେପି କାଉନସିଲରଙ୍କ ସଂଖ୍ୟାଗରିଷ୍ଠତା ଥିବା ହେତୁ ମ୍ୟୁନିସିପାଲିଟି ବୋର୍ଡ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ବର୍ତ୍ତମାନ ମ୍ୟୁନିସିପାଲିଟି କର୍ପୋରେସନ୍ ବୋର୍ଡ ଦେଇଥିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯିବ। ସରକାରଙ୍କ ଅନୁମୋଦନ ପାଇବା ପରେ ଆଲିଗଡ ସହର ଏବଂ ଜିଲ୍ଲା ଏକ ନୂତନ ନାମରେ ପରିଚିତ ହେବ। 

Muncipality

ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଆଲିଗଡର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯିବା ପରେ ଏଥିନେଇ ରାଜନୈତିକ ମାହୋଲ ଗରମ ହେବାର ଆଶଙ୍କା ରହିଛି। ଆଲିଗଡ ମ୍ୟୁନିସିପାଲିଟି କର୍ପୋରେସନ୍ ବୋର୍ଡର ପ୍ରଥମ ବୈଠକ ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା।

ଏହି ସଭାରେ ବହୁତ ଉତ୍ତେଜନା ଦେଖାଦେଇଥିଲା। ମ୍ୟୁନିସିପାଲିଟି କର୍ପୋରେସନର ଅନିୟମିତତା କାର୍ଯ୍ୟରେ କ୍ରୋଧିତ ହୋଇ କାଉନସିଲରମାନେ ଏକ ଉତ୍ତେଜନା ସୃଷ୍ଟି କରିଥିଲେ।

ମ୍ୟୁନିସିପାଲିଟି କର୍ପୋରେସନ ବୋର୍ଡର ପ୍ରଥମ ବୈଠକରେ ବିଜେପି କାଉନସିଲର ସଞ୍ଜୟ ପଣ୍ଡିତଙ୍କ ଦ୍ୱାରା ଆଲିଗଡ଼ର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିନେଇ ବିରୋଧୀଙ୍କର ଉତ୍ତେଜନା ସତ୍ତ୍ୱେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ବିଲ୍ କୁ ପାସ୍ କରି ଦିଆଯାଇଥିଲା। ସରକାର ମଧ୍ୟ ଏହି ମାମଲାରେ ସମର୍ଥନ ଦେବେ ବୋଲି ଅନୁମାନ କରାଯାଉଅଛି।

ଆହୁରି ପଢ଼ନ୍ତୁ:- ଗର୍ଭାବସ୍ଥାରେ ଏହି ଭୁଲ୍ ଯୋଗୁଁ ଶିଶୁର ହୃଦୟରେ ହୋଇଥାଏ ଛିଦ୍ର, ପ୍ରତ୍ୟେକ ମହିଳା ଜାଣି ରଖିବା ଉଚିତ୍