ଅଶ୍ଲୀଳ ଭିଡ଼ିଓ ସୁଟିଂ ମାମଲାରେ ରାଜ୍ କୁନ୍ଦ୍ରା ଗିରଫ ହେବାପରେ ଏହି କାରଣରୁ ଫସିଗଲେ ଆଜିଙ୍କ୍ୟ ରାହାଣେ, ଲୋକେ କହିଲେ...

ସଫଳତମ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ଅଶ୍ଲୀଳ ଚଳଚିତ୍ର ସୁଟିଂ କରିବା ସହ ଏହାକୁ ମୋବାଇଲ ଆପ୍ ଜରିଆରେ ପ୍ରସାରଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ଫେବୃଆରୀରେ ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇଥିଲା। କିନ୍ତୁ, ଏବେ ରାଜ୍ କୁନ୍ଦ୍ରା ହିଁ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପୋଲିସ ହାତରେ ପ୍ରମାଣ ଲାଗିବା ପରେ ତାଙ୍କୁ ଗିରଫ କରାଯାଇଛି।
ରାଜ୍ କୁନ୍ଦ୍ରାଙ୍କ ଏପରି କାରନାମା ହେତୁ ତାଙ୍କ ସ୍ତ୍ରୀ ଶିଳ୍ପା ସେଠୀ ଏବଂ ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଥିବା ଆଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି। ପ୍ରକୃତରେ, ୨୦୧୨ ମସିହାରେ ଆଜିଙ୍କ୍ୟ ରାଜ୍ କୁନ୍ଦ୍ରାଙ୍କ ଏକ ଟ୍ୱିଟରେ "ସେ ବହୁତ ଭଲ କାମ କରୁଛନ୍ତି" ବୋଲି କମେଣ୍ଟ କରିଥିଲେ।
ପ୍ରତିଉତ୍ତରରେ "ଏହି କାମକୁ ଲାଇଭ ଆସି ଦେଖ" ବୋଲି କୁନ୍ଦ୍ରା କହିଥିଲେ ଯାହାର ଉତ୍ତରରେ ଆଜିଙ୍କ୍ୟ "ହଁ ନିଶ୍ଚିତ" ବୋଲି ଟ୍ୱିଟ କରିଥିଲେ।
PMO Ask CBI Report On SSR #BoycottBollywood
— Honey (@Honey4SSR) July 20, 2021
Ajinkya Rahane to Raj Kundra : pic.twitter.com/vpVEBpP1fu
ବାସ୍ ୨୦୧୨ ମସିହାରେ ହୋଇଥିବା ଏହି ଟ୍ୱିଟକୁ ନେଇ ଲୋକେ ବର୍ତ୍ତମାନ ରାହାଣେଙ୍କୁ ଟାର୍ଗେଟ କରୁଛନ୍ତି। କିଛି ଲୋକେ ଆଜିଙ୍କ୍ୟ କେଉଁ କାମ ବିଷୟରେ ଉଲ୍ଲେଖ କରିଛନ୍ତି ବୋଲି ପ୍ରଶ୍ନ କରୁଥିବା ବେଳେ କେତେକ ବିଭିନ୍ନ ପ୍ରକାରର ମିମ୍ କରି ରାହାଣେଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।
Rahane to Raj Kundra : pic.twitter.com/Y5cXsmIq4K
— N I T I N (@theNitinWalke) July 19, 2021