ମହଙ୍ଗା ପରେ ଜିଓ ଆଣିଲା ୯୮ ଦିନିଆ ରିଚାର୍ଜ ପ୍ଲାନ, ମିଳିବ ୧୬୯ଜିବି ଡାଟା ଓ ସବୁକିଛି ଫ୍ରି, ଜାଣନ୍ତୁ ପୁରା ଖବର
କଣ ଆପଣ ବି ଜିଓ ସିମ୍ ବ୍ୟବହାର କରୁଛନ୍ତି କି ? କାରଣ ଜିଓ ସିମ୍ ନେଇ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ଜିଓ ସିମ୍ ବ୍ୟବହାରକାରୀମାନେ ଜିଓ କମ୍ପାନୀ ତରଫରୁ ୯୮ ଦିନ ପର୍ଯ୍ୟନ୍ତ ମାଗଣା ସେବା ଉପଭୋଗ କରି ପାରିବେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ......
ତେବେ ଜିଓ ସିମ ନେଇ ଆସିଛି ଏକ ବଡ଼ ଅଫର୍ । ଯାହା ଦ୍ଵାରା ୯୮ ଦିନ ପର୍ଯ୍ୟନ୍ତ ଆପଣ ମାନେ ନିଶ୍ଚିତରେ ଅନଲିମିଟେଡ ଡାଟା ସହ କଲ୍ ର ସୁବିଧା ପାଇ ପାରିବେ । ଆପଣ ମାନେ ତ ନିଶ୍ଚିତ ଜାଣିଥିବେ କି ବର୍ତ୍ତମାନ ଜିଓ ନିଜ ପ୍ଲାନ୍ ଗୁଡିକରେ ବୃଦ୍ଧି ଘଟାଇଛି । ଏହା ସହ ସେ କେତେକ ନୂଆ ପ୍ଲାନ୍ ମଧ୍ୟ ଲଞ୍ଚ କରିଛି ।
ଏହି ସୁବିଧା ସହ ଜିଓ ନିଜ କଷ୍ଟମର୍ ଙ୍କ ପାଇଁ ଅନ୍ୟ ଏକ ଆକର୍ଷଣୀୟ ପ୍ଲାନ୍ ମଧ୍ୟ ଆଣିଛି । ଏହି ପ୍ଲାନ୍ ର ନାମ ରହିଛି ପ୍ରି ପେଡ୍ ରିଚାର୍ଜ ପ୍ଲାନ୍ । ପ୍ରି ପେଡ୍ ରିଚାର୍ଜ ପ୍ଲାନ୍ ଅନୁସାରେ ଯଦି ଆପଣ ଦିନକୁ ୨ ଜିବିର ଡାଟା ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୯୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଦିନକୁ ୨ଜିବି ସହ ଆପଣ ୧୯୬ ଜିବିର ଡାଟା ଉପଭୋଗ କରି ପାରିବେ ।
ତେବେ ଯଦି ଆପଣ ଏକ ୫ଜି ବ୍ୟବହାରକାରୀ ହୋଇଥାନ୍ତି ତେବେ ଆପଣ ୯୯୯ ଟଙ୍କା ବଦଳରେ ୭୪୯ଟଙ୍କା ରିଚାର୍ଜ୍ କରି ପାରିବେ । ଯାହା ଦ୍ଵାରା ଆପଣ ସମ୍ପୂର୍ଣ୍ଣ ୧୭୪ ଜିବି ଡାଟା ପାଇ ପାରିବେ । ଏବଂ ଏହାର ବୈଧତା ୭୨ ଦିନ ପର୍ଯ୍ୟନ୍ତ ରହିଛି । ଏହା ବିଷୟରେ କିଛି ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ଆପଣ ନିକଟସ୍ଥ ରିଟେଲରଙ୍କ ପାଖକୁ ଯାଇ ପାରନ୍ତି ।