1009 ଥର ବିଫଳତା ପରେ ଚିକେନ୍ ବଦଳାଇଲା ଭାଗ୍ୟ, ଜାଣନ୍ତୁ କେଏଫସିର ସଫଳ କାହାଣୀ, ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

 
Kfc

ଅନେକ ବିଫଳତା ପରେ ଜନ୍ମ ନେଲା KFC । ଚିକେନକୁ ନୂଆ ରୂପ ଦେଲା KFC । ଜଣେ ବ୍ୟକ୍ତି ତା ଜୀବନରେ କେତେଥର ବିଫଳ ହୋଇପାରେ । ୧୦ ଥର, ୨୦ ଥର ବା ଅଧିକ ରୁ ଅଧିକ ୧୦୦ ଥର ଜଣେ ବ୍ୟକ୍ତି ବିଫଳ ହୋଇପାରେ । ଜଣେ ବ୍ୟକ୍ତି ଯିଏ କି ଅନେକ ଥର ବିଫଳ ହେବା ପରେ ସଫଳତା ପାଇଥିଲେ । 

ଏଭଳି ଏକ ବ୍ୟକ୍ତିତ୍ୱର ଉଦାହରଣ ହେଉଛନ୍ତି KFC ର ମାଲିକ କର୍ଣ୍ଣେଲ ହର୍ଲାଣ୍ଡ ସେଣ୍ଡର । ଏହି ବ୍ୟକ୍ତି ଜଣକ ୧୦୦୯ ଥର ବିଫଳତା ଲାଭ କରିବା ପରେ ସଫଳତା ପାଇଥିଲେ । ତାଙ୍କର କ୍ୟାରିଅର ସେ ସେତେବେଳେ ଆରମ୍ଭ କରିଥିଲେ ଯେତେବେଳେ ଲୋକମାନେ ଅବସର ନେଇଥାନ୍ତି । ସେ ୬୫ ବର୍ଷ ବୟସରେ KFC ଆରମ୍ଭ କରିଥିଲେ । 

ସେ ବିଫଳତା ପରେ ବିଫଳତା ଲାଭ କରିଥିଲେ ଆଉ ଗୋଟିଏ ଦିନ ତାଙ୍କର ଭାଗ୍ୟ ଚମକି ଉଠିଥିଲା । ସେ ୧୮୯୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୬ ବର୍ଷ ବୟସରେ ତାଙ୍କର ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା । ଆଉ ତାପରେ ତାଙ୍କ ମାଆ ଏକ କାରଖାନାରେ ଜନ୍ମ ଗ୍ରହଣ କରିଥିଲେ । ସାଣ୍ଡାର୍ଡ ତାଙ୍କ ସାନ ଭାଇଭଉଣୀଙ୍କର ଯତ୍ନ ନେଉଥିଲେ । ସେ ୭ ବର୍ଷ ବୟସରେ ଭଲ ରୋଷେଇ ବି ଶିଖି ଯାଇଥିଲେ । ଆଉ ତାଙ୍କ ମା ପୁଣି ଥରେ ବିବାହ କରିଥିଲେ । ସେ ବଡ ହେବା ପରେ ଅନେକ ଛୋଟ ବଡ଼ ଚାକିରୀ କରିଥିଲେ ।

ସେ ଅନେକ ସ୍ଥାନରେ କାମ କରିଥିଲେ କିନ୍ତୁ କୌଣସି ସ୍ଥାନରେ ସେ ସଫଳ ନଥିଲେ । ଏହାପରେ ସେ ଏକ ରେଷ୍ଟୁରାଣ୍ଟ ତିଆରି କରିଲେ । ଆଉ ସେଠାରେ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଲେ । ସେ ଚିକେନକୁ ନେଇ ଅନେକ କିଛି ଆଇଟମ କରିଥିଲେ । ତାପରେ ସେ ଧିରେ ଧିରେ KFC ନାଁରେ ଚିକେନ ଏକ ଅଲଗା ପ୍ରକାରର ତିଆରି କରିଥିଲେ । ଆଉ ଏବେ KFC ଚିକେନ ସବୁଠି ପ୍ରଖ୍ୟାତ । ସେ ୧୯୮୦ ମସିହାରେ ମୃତ୍ୟୁବରଣ କରିଥିଲେ । ଏବେ ଏହି କମ୍ପାନୀର ମାଲିକାନା ଆଉ ଜଣେ । ଏବେବି ଲୋକଙ୍କ ଭିତରେ ତାଙ୍କର ଭଲପାଇବା ରହିଛି।