ବିନା ହେଲମେଟ ପିନ୍ଧି ବାଇକ୍ ରେ ଯାଉଥିଲେ ବୃଦ୍ଧା ଦମ୍ପତି, ଧରିଦେଲା ପୋଲିସ ଆଉ ତାପରେ ଦେଖନ୍ତୁ କଣ ହେଲା

 
Old couple caught by Cops
ପୋଲିସ୍ ଅଧିକାରୀ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରିକୁ ଦେଲେ ଉପହାର । ତା ପୁଣି ଗୋଟିଏ ଗୋଲାପ ଫୁଲ ଓ ଗୋଟିଏ ହେଲମେଟ । ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଟି ଇସ୍ ଆଇ ରୁଦ୍ର ପ୍ରତାପ ମଲ୍ ନାମକ ଏକ ୟୁଟୁବ୍ ଚ୍ୟାନେଲ ଦ୍ୱାରା ଏହି ଭିଡିଓ ଟି ପୋଷ୍ଟ କରା ଯାଇଥିଲା । ଯାହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ମିଲିୟନରୁ ଅଧିକ ଲୋକେ ଦେଖି ସାରିଲେଣି । 

Old couple

ଏହି ଭିଡିଓ ଟି ବିହାର ର ବୋଲି ଜଣା ପଡିଛି । ଯେଉଁଠାରେ ଏକ ପୋଲିସ୍ ଅଧିକାରୀ ଜଣେ ବୟସ୍କ ଦମ୍ପତିଙ୍କୁ ଟ୍ରାଫିକ ନିୟମ ଉଲଙ୍ଘନ କରିବା ହେତୁ ଉପହାର ଦେବା ଦେଖା ଦେଇଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଜଣେ ବୃଦ୍ଧ ତାଙ୍କର ବୃଦ୍ଧା ପତ୍ନୀଙ୍କୁ ମଟର ସାଇକେଲ ରେ ବସାଇ ନେଉଛନ୍ତି । 

ଏହି ସମୟରେ ଟ୍ରାଫିକ ପୋଲିସ ତାଙ୍କୁ ଧରି ଦେଉଛନ୍ତି । କାରଣ ଦମ୍ପତ୍ତି ଦୁଇ ଜଣ ବିନା ହେଲମେଟ୍ ରେ ଥିଲେ । ସେହି ପୋଲିସ୍ ଅଧିକାରୀ ଜଣକ ପ୍ରଥମେ ତ ସେମାନଙ୍କୁ ଅଟକାଇ ତାଙ୍କ ସହିତ କିଛି କଥା ବାର୍ତ୍ତା ହେଲେ ।

ପରେ ପୋଲିସ୍ ଅଧିକାରୀ ଜଣକ ସେହି ବୟସ୍କ ବ୍ୟକ୍ତିଙ୍କୁ ଏକ ଗୋଲାପ ଫୁଲ ଦେଇ ତାକୁ ତାଙ୍କ ପତ୍ନୀଙ୍କୁ ଦେବା ପାଇଁ କହିଲେ । ଏବଂ ପରେ ଏକ ହେଲମେଟ୍ ଦେଇ ଏହି ହେଲମେଟ୍ କୁ ଗାଡ଼ି ଚଳାଇବା ବେଳେ ପିନ୍ଧିବା କେତେ ଜରୁରୀ ତାହା ମଧ୍ୟ କହିଲେ । ଏହି ଭିଡିଓଟିକୁ ସୋସିଆଲ ମିଡ଼ିଆରେ ବେଶ୍ ପସନ୍ଦ କରିଛନ୍ତି ଲୋକେ ।