ନୂଆ ମନ୍ଦିରରେ ନୂଆ ମୂର୍ତ୍ତି, ତେବେ ୧୯୫୦ ମସିହାରୁ ଟେଣ୍ଟ ତଳେ ଥିବା ପୁରୁଣା ମୂର୍ତ୍ତି ରହିବ କେଉଁଠି, ଜାଣନ୍ତୁ ପୁରା ଖବର

 
Ram mandir old murti

 ରାମ ଲାଲା ପ୍ରବେଶ କରି ସାରିଲେଣି ନିଜର ଭବ୍ୟ ମନ୍ଦିରରେ । ୧୬ ଜାନୁଆରୀରୁ ଏହି ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇ ୨୨ ଜାନୁୟାରୀରେ ଶେଷ ହେବାକୁ ଯାଉଛି । ଏଥି ମଧ୍ୟରେ ଜାନୁୟାରୀ ୧୮ରେ ମନ୍ଦିରର ଗର୍ଭ ଗୃହରେ ସ୍ଥାପିତ ହେବ ରାମ ଲାଲାଙ୍କ ନବ ନିର୍ମିତ ମୂର୍ତ୍ତି ।

ନୂଆ ମନ୍ଦିର , ନୂଆ ମୂର୍ତ୍ତି । ହେଲେ ଏବେ କଥା ଉଠୁଛି ୧୯୫୦ ମସିହା ଠାରୁ ସେହି ସ୍ଥାନରେ ପୂଜିତ ହୋଇ ଆସୁଥିବା ପୁରୁଣା ରାମ ମୂର୍ତ୍ତିର କଣ ହେବ ?

R

ପୁରୁଣା ମୂର୍ତ୍ତିକୁ ବିସର୍ଜନ କରାଯିବ ନା ନୂଆ ମନ୍ଦିରରେ ସ୍ଥାନ ଦିଆଯିବ । ଏହି ପ୍ରଶ୍ନ ଅନେକ ଦିନ ଯାଏଁ ଅସ୍ପଷ୍ଟ ଥିଲା । ନିକଟରେ ଚମ୍ପତ୍ ରାୟଙ୍କୁ ଏହି ପ୍ରଶ୍ନ ପଚାରିବାରୁ ସେ କହିଥିଲେ ପୁରୁଣା ମୂର୍ତ୍ତିକୁ ମଧ୍ୟ ନୂତନ ମନ୍ଦିରର ଗର୍ଭ ଗୃହରେ ସ୍ଥାନ ଦିଆଯିବ । ଏହାର ସ୍ଥାପନ ବିନା ରାମ ମନ୍ଦିରର ପ୍ରତିଷ୍ଠା ଅଧୁରା ରହିବ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାତ୍ର ଅନ୍ୟ ସବୁ ରୀତି ନୀତି ନୂଆ ମୂର୍ତ୍ତି ସହିତ ହିଁ କରାଯିବ । ଏହି ନୂଆ ମୂର୍ତ୍ତିକୁ ପ୍ରଥମେ ରାମଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ବୁଲାଯିବ ଓ ପରେ ସରାୟୁ ନଦୀରେ ସ୍ନାନ କରାଇ ଏହି ମୂର୍ତ୍ତି ଆଖିରେ ପଟି ବନ୍ଧାଯିବ । ଏହା ପରେ ଏହି ମୂର୍ତ୍ତିକୁ ଗର୍ଭ ଗୃହରେ ସ୍ଥାପନ କରାଯିବ । ଜାନୁୟାରୀ ୨୨ ତାରିଖ ଦିନ ଏହି ମୂର୍ତ୍ତିର ଆଖିରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପଟି ଖୋଲିବେ ଏବଂ ବୈଦିକ ରୀତି ନୀତି ଅନୁସାରେ ଏଥିରେ ପ୍ରାଣ ପ୍ରତିଷ୍ଠା କରିବେ । 

Old ram murti

ସୂଚନା ଯୋଗ୍ୟ ଜାନୁୟାରୀ ୨୨ ସମୟ ୧୨ ଟା ବାଜି ୨୦ ମିନିଟ୍ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମୟରେ କେବଳ କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ହିଁ ଉପସ୍ଥିତ ରହିବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ , ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାରାୟଣଙ୍କ ସମେତ ଚମ୍ପତ୍ ରାୟ , ଅରୁଣ ଯୋଗୀରାଜ ଆଦି ଉପସ୍ଥିତ ରହିବେ ।