ବିନା ହେଲମେଟରେ ପ୍ରେମିକା ସହ ବୁଲୁଥିଲେ, ଚାଲାଣ କାଟି ଫଟୋ ସହ ସ୍ତ୍ରୀ ପାଖକୁ ପଠାଇଦେଲା ପୋଲିସ୍, ଆଉ ତାପରେ...

 
Challan

କେରଳର ଥିରୁବନନ୍ତପୁରାମରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ସ୍ୱାମୀ ନିଜ ପତ୍ନୀଙ୍କୁ ଧୋକା ଦେଲେ ଏବଂ ଧରାପଡିଲେ । ଏହି ଘଟଣାର ସବୁଠାରୁ ବିଶେଷ କଥା ହେଉଛି ଟ୍ରାଫିକରେ ସ୍ପିଡ କ୍ୟାମେରା ଦ୍ୱାରା ଏହି ଅଭିଯୁକ୍ତଙ୍କ ଠକେଇର ଖୁଲାସା ହୋଇଛି ।

cdf fds

କେରଳର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ଜଣେ ବ୍ୟକ୍ତିଙ୍କ ନିକଟକୁ ଏକ ଚାଲାଣ ପଠାଇଲା । ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ଚାଲାଣ ସହିତ ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଥିବା ଫଟୋ ମଧ୍ୟ ପଠାଇଛି । ବ୍ୟକ୍ତି ଯେଉଁ ଗାଡି ଚଳାଉଥିଲେ ସେହି ଗାଡି ତାଙ୍କ ପତ୍ନୀଙ୍କ ନାମରେ ଥିଲେ, ତେଣୁ ଚାଲାଣ ସିଧାସଳଖ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଦିଲ୍ଲୀ ମେଟ୍ରୋର ଆଉ ଏକ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍, ତଳେ ବସି ଏମିତି କାମ କରୁଥିଲେ ପ୍ରେମୀ ଯୁଗଳ

ଯେତେବେଳେ ପତ୍ନୀ ଇନଭଏସ୍ ବିଷୟରେ ଜାଣିଲେ, ଫଟୋ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଫଟୋରେ ତାଙ୍କ ସ୍ୱାମୀ ବିନା ହେଲମେଟରେ ଅନ୍ୟ ଜଣେ ମହିଳାଙ୍କ ସହ ଗାଡ଼ିରେ ଯାଉଥିଲେ ଏବଂ ଚାଲାଣ ଏଥିପାଇଁ କଟାଯାଇଥିଲା ଯେ ଉଭୟ ହେଲମେଟ ନ ପିନ୍ଧି ଗାଡ଼ିରେ ଯାଉଥିଲେ ।

ଏହା ପରେ ପତ୍ନୀ ଫଟୋ ଦେଖି ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ବିଷୟରେ ପଚାରିବା ଆରମ୍ଭ କଲେ । ସ୍ୱାମୀ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ଗାଡ଼ିରେ ଥିବା ମହିଳା ଜଣେ ଯାତ୍ରୀ ଏବଂ ସେ ତାଙ୍କୁ କେବଳ ଲିଫ୍ଟ ଦେଉଛନ୍ତି । ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପତାଙ୍କ ସ୍ବାମୀ ତାଙ୍କୁ ଓ ତାଙ୍କ ୩ ବର୍ଷର ପିଲାକୁ ମାରଧର କରିଥିବା ସେ ଅଭିଯୋଗ କରିଛନ୍ତି । ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ କରମାନା ଥାନାରେ ମାମଲା ରୁଜୁ କରିଥିଲେ, ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।