ଝିଆରୀ ସହ ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ କଲେ ଡେପୁଟି କମିଶନର, ଦୁହେଁ କହିଲେ ଆମେ ଭଲ କରିଛୁ, ଜାଣନ୍ତୁ ପୁରା ଘଟଣା

 
Dada jhiari

ଝିଆରୀକୁ ବିବାହ କରିଛନ୍ତି ଦାଦା ! ଯାହା ସେହି ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଆଜି କି କାଲି ନୁହେଁ ବରଂ ଦୀର୍ଘ ଦଶ ବର୍ଷା ହେବ ଝିଆରୀ ଏବଂ ଦାଦାଙ୍କ ମଧ୍ୟରେ ରହିଥିଲା ପ୍ରେମ ସମ୍ପର୍କ । କିନ୍ତୁ ବର୍ତ୍ତମାନ ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଛି । ଝିଆରୀକୁ ବିବାହ କରିଛନ୍ତି ଦାଦା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯାହାକୁ ପାରିବାରିକ ଲୋକଙ୍କ ସହିତ ଗ୍ରାମବାସୀ ମାନେ ମଧ୍ୟ ବିରୋଧ କରିଛନ୍ତି । ବେଣୁସରାର ମ୍ୟୁନିସିପାଲଟି କର୍ପୋରେସନର ଡେପୁଟି କମିଶନର ଶିବ ଶକ୍ତି । ବୟସ ୩୧ ବର୍ଷ । ସେ ନିଜ ଗ୍ରାମର ଏକ ସମ୍ପର୍କୀୟ ଝିଆରୀ ସଜଲ୍ ସିନ୍ଦୁଙ୍କୁ ବିବାହ କରିଛନ୍ତି । ସଜଲ୍ ଙ୍କର ବୟସ ୨୪ ବର୍ଷ ରହିଛି ।

Jhiari dada

ଯାହାକୁ ନେଇ ସଜଲ କହିଛନ୍ତି, ଆମେ ଯାହା କରିଛି ଠିକ୍ କରିଛି । ଆମେ ଦୁହେଁ ଦୁହିଁଙ୍କୁ ଦୀର୍ଘ ଦଶ ବର୍ଷ ଧରି ପ୍ରେମ କରି ଆସୁଥିଲୁ । ଉଚିତ୍ ସମୟ ଆସିବା ପରେ ହିଁ ଆମେ ଦୁହେଁ ଦୁହିଁଙ୍କୁ ବିବାହ କରିଛୁ ।

ହେଲେ ଆମ ପରିବାର ଲୋକେ ଏବଂ ଗ୍ରାମବାସୀ ଆମର ଏହି ବିବାହକୁ ସ୍ବୀକୃତି ଦେଉ ନାହାନ୍ତି । ଯାହା ଆମ ପାଇଁ ବର୍ତ୍ତମାନ ଏକ ବଡ଼ ବିପଦ ପାଲଟିଛି ।