ମାଳିକା ବଚନରେ ପୂର୍ବାନୁମାନ: ବର୍ଷ ୨୦୨୩ ପୃଥିବୀ ପାଇଁ ଆଣିବ ମହାପ୍ରଳୟ, ହେବ ମହାବିନାଶ? ଜାଣନ୍ତୁ ପୂରା ଖବର

 
World destruction

ବର୍ଷ ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ। ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଆଶା ଏବଂ ଉଦ୍ଦୀପନା ଦେଖିବାକୁ ମିଳିଛି। ଏଥର କୌଣସି କଟକଣା ବିନା ଲୋକେ ନୂଆବର୍ଷକୁ ବେସ୍ ହର୍ଷ ଉଲ୍ଲାସର ସହିତ ପାଳନ କରୁଛନ୍ତି। ୨୦୨୩ ଶୁଭ ସାବ୍ୟସ୍ତ ହେବ ବୋଲି ଲୋକେ ଆଶା କରୁଥିଲେ ହେଁ ମାଳିକା ଏଥିନେଇ କିଛି ଅଲଗା କହୁଛି। ୨୦୨୩ ଠାରୁ ହିଁ ବିଶ୍ୱର ବିନାଶ ହେବ ବୋଲି ଏଠାରେ କୁହାଯାଇଛି।

Destruction

୨୦୨୩ ମସିହାରେ ସାରା ବିଶ୍ୱ ମହାପ୍ରଳୟର ସାମ୍ନା କରିବ ବୋଲି ପୂର୍ବଜମାନେ ଅନୁମାନ କରିଛନ୍ତି। ଚଳିତବର୍ଷ ସୂର୍ଯ୍ୟଙ୍କ ତାପ ବଢିବା ସହିତ ମରୁଡ଼ି ଏବଂ ବାତ୍ୟା ଭଳି ସମସ୍ୟା ଦେଖାଦେବ। ୧୯୯୯ ଠାରୁ ପ୍ରଳୟର ଆରମ୍ଭ ହୋଇଯାଇଥିବା ବେଳେ ୨୦୨୩ ମସିହା ଠାରୁ ହିଁ ମହାବିନାଶ ଘଟିବ ବୋଲି ମାଳିକା ବଚନ ପକ୍ଷରୁ କୁହାଯାଇଛି। ମଣିଷ ମାଟି ମାଆ ଏବଂ ପ୍ରକୃତିକୁ ଅସହ୍ୟ କଷ୍ଟ ଦେଇଥିବା ହେତୁ ଏବେ ପ୍ରକୃତି ଏହାର କରାଳ ରୂପ ଦେଖାଇବ।

Drought

କେବଳ ସେତିକି ନୁହେଁ ୨୦୨୩ ମସିହା ପରଠାରୁ ବିଶ୍ୱରେ ଋତୁଚକ୍ରର ପରିବର୍ତ୍ତନ ଦେଖାଦେବ। ବର୍ଷାଦିନରେ ପ୍ରଚଣ୍ଡ ଖରା ହେବା ସହିତ ବସନ୍ତ ଋତୁରେ ଭୟଙ୍କର ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବ। ସବୁଆଡେ ପିଇବା ପାଣିର ଘୋର ଅଭାବ ଦେଖାଦେବ, ଏପରିକି ପାଣି ଏବଂ ଖାଦ୍ୟ ଅଭାବ ପାଇଁ ଲୋକେ ପରସ୍ପର ମଧ୍ୟରେ ମାରପିଟ ହେବେ। ଜଳସେଚନ ଅଭାବରୁ ଚାଷୀମାନେ ନିଜ ବୃତ୍ତି ବନ୍ଦ କରିଦେବେ ଫଳରେ ସାରା ବିଶ୍ୱରେ ମହାପ୍ରଳୟ ସୃଷ୍ଟି ହେବ।