୧୯ ବର୍ଷୀୟ ଯୁବତୀ ଜନ୍ମ କଲା ଯାଆଁଳା ଶିଶୁ, ଅଲଗା ଅଲଗା ବାହାରିଲେ ଦୁହିଁଙ୍କ ବାପା, ଆଉ ତାପରେ...

 
Janla

ମାନବ ଶରୀର ସହିତ ଜଡିତ ଅନେକ ଜଟିଳ ଜିନିଷ ରହିଛି ଯାହା ବେଳେବେଳେ ଡାକ୍ତରୀ ବିଜ୍ଞାନ ସହିତ ଜଡିତ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ। ବିଶେଷକରି ଗର୍ଭଧାରଣ ଏବଂ ସେମାନଙ୍କର ଜନ୍ମ ଭଳି ଜଟିଳ ପ୍ରକ୍ରିୟା ବେଳେବେଳେ ଏପରି ଘଟଣାର ସାକ୍ଷୀ ହୋଇଯାଏ। ଯାହାକୁ ଦେଖିବା ଏବଂ ଶୁଣିବା ସାଧାରଣ ବ୍ୟକ୍ତିଙ୍କ ପାଇଁ ଅବିଶ୍ୱସନୀୟ ହୋଇଥାଏ।

Twin

 ବ୍ରାଜିଲର ଜଣେ ଯୁବତୀ ଏବଂ ତାଙ୍କ ଯାଆଁଳା ଛୁଆଙ୍କ ଏଭଳି ଏକ କାହାଣୀ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ବ୍ରାଜିଲର ଏହି ଯୁବତୀ ଜଣକ ଏକ ଯମଜ ସନ୍ତାନ ଜନ୍ମ କରିଥିଲେ ହେଁ ଉଭୟଙ୍କର ପିତା ଅଲଗା ବୋଲି ଜଣାପଡିଛି। ଡାକ୍ତରୀ ବିଜ୍ଞାନର ଭାଷାରେ ଏଭଳି ମାମଲାକୁ ହେଟେରୋପ୍ୟାରେଣ୍ଟାଲ୍ ସୁପରଫେକଣ୍ଡେସନ୍ ବୋଲି କୁହାଯାଏ।

Twin

ସାରା ଦୁନିଆରେ ଏହା କେବଳ ୨୦ ତମ କେସ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମିଳିଥିବା ସୂଚନା ଅନୁଯାଇ ଏହି ୧୯ ବର୍ଷୀୟା ଯୁବତୀ ଜଣକ ସନ୍ତାନ ଜନ୍ମ ଦେବାପରେ ଗୋଟିଏ ଶିଶୁର ମୁହଁ ଭିନ୍ନ ଦେଖା ଯାଉଥିଲା। ସନ୍ଦେହ ହେବାରୁ ଯୁବତୀ ଜଣକ ଉଭୟଙ୍କର DNA ଟେଷ୍ଟ ନିଜ ବୟଫ୍ରେଣ୍ଡ ସହିତ କରାଇଥିଲେ। କିନ୍ତୁ, ଏଥିରେ ଗୋଟିଏ ଶିଶୁର ରେଜଲ୍ଟ ନେଗେଟିଭ୍ ଆସିଥିଲା। ଅନ୍ୟ ଏକ ସାଥି ସହିତ DNA ଟେଷ୍ଟ କରାଯିବା ପରେ ଏହି ରେଜଲ୍ଟ ପଜିଟିଭ୍ ଆସିଥିଲା। ଯୁବତୀ ଜଣକ ଯମଜ ସନ୍ତାନ ଜନ୍ମ କରିଥିଲେ ହେଁ ଉଭୟଙ୍କ ପିତା ଅଲଗା ଅଲଗା ବୋଲି ଜଣାପଡିଥିଲା।