ଦେଖନ୍ତୁ ଭିଡ଼ିଓ: ଇମ୍ରାନ ଖାଁଙ୍କ ଉପରେ ଆକ୍ରମଣ ଘଟଣା! ଗୁଳିକାଣ୍ଡ ପରେ ଏପରି କିଛି କହିଲା ଆକ୍ରମଣକାରୀ….

 
Shootout

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଛି ଗୁଳିମାଡ଼। ଇମ୍ରାନ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ଜଣେ ଯୁବକ ଏକେ-୪୭ ମାଧ୍ୟମରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ଇମ୍ରାନ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

Firing

ତେବେ, ଆକ୍ରମଣ କରିଥିବା ଯୁବକଙ୍କର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ସ୍ପଷ୍ଟ ଭାବରେ କହୁଥିବା ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଆଜାଦୀ ଯାତ୍ରା କରୁଥିଲେ। ସେ ୱାଜିରାବାଦର ଆଲ୍ଲା ହୋ ଛକ ନିକଟରେ ହୋଇଥିବା ବେଳେ ଦୁର୍ବୁତ୍ତ ଜଣକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।


 ଆକ୍ରମଣ ସମୟରେ ଇମ୍ରାନ ଏକ କଣ୍ଟେନର୍ ମଧ୍ୟରେ ରହିଥିଲେ ହେଁ ତାଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡିଛି। ତେବେ, ସେହି ସମୟରେ ଆକ୍ରମଣକାରୀ ଯୁବକକୁ ତୁରନ୍ତ ସେଠାରେ କାବୁ କରି ନିଆଯାଇଥିଲା। ଅନ୍ୟପକ୍ଷରେ ଇମ୍ରାନଙ୍କୁ ଏକ ବୁଲେଟପ୍ରୁଫ୍ କାର ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟଏକ ଭାଇରାଲ ଭିଡ଼ିଓରେ ଇମ୍ରାନଙ୍କ ଗୋଡ଼ରେ ବ୍ୟାନଡେଜ୍ ଲଗାଯାଇଥିବା ଦେଖିବାକୁ ମିଳିଛି।