ଦୁର୍ଘଟଣା ଏବଂ ଚାଲାଣ କଟିବା ଠାରୁ ଆପଣଙ୍କୁ ରକ୍ଷା କରିବ ଗୁଗଲ୍ ମ୍ୟାପ୍! ଜାଣନ୍ତୁ କିପରି….

 
Google maps

ଆଜିକାଲି କୌଣସି ଅଜଣା ସ୍ଥାନକୁ ଯିବାକୁ ହେଲେ ଆମକୁ କାହାକୁ ପଚାରିବା ଦରକାର ପଡୁନାହିଁ ବରଂ ହାତରେ ମୋବାଇଲ ଏବଂ ଇଣ୍ଟରନେଟ ଥିଲେ ଗୁଗଲ ମ୍ୟାପ୍ସରେ ଲୋକେସନ୍ ସନ୍ଧାନ କରି ଆମେ ସେଠାରେ ସହଜରେ ପହଞ୍ଚି ପାରୁଛେ। ଏହା କେବଳ ଯେ ଆମ୍ଭକୁ କୌଣସି ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରୁଛି ତାହା ନୁହେଁ ବରଂ ଏହା ଚାଲାଣ କଟିବା ସହିତ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ମଧ୍ୟ ଆମ୍ଭକୁ ସାହାଯ୍ୟ କରିପାରେ।

Google maps

ଆଜ୍ଞା ହଁ, ଗୁଗଲ ମ୍ୟାପ୍ସରେ ଥିବା ସ୍ପିଡ ଲିମିଟ ଓ୍ଵାର୍ଣ୍ଣିଙ୍ଗ ଟୁଲ୍ କୁ ବ୍ୟବହାର କରି ଆପଣ ନିଜକୁ ଦୁର୍ଘଟଣା ସହିତ ଚାଲାଣ କଟିବାର ଭୟଠାରୁ ମଧ୍ୟ ଦୂରେଇ ରହି ପାରିବେ। ଆପଣ ଗାଡ଼ି ଚଳାଉଥିବା ବେଳେ ଯଦି ଆବଶ୍ୟକ ଠାରୁ ଅଧିକ ସ୍ପିଡ଼ରେ ଯାଉଥାନ୍ତି ତେବେ ଏହି ଆପ୍ ଆପଣଙ୍କୁ ଆଲର୍ଟ କରିବ। ଯାହାଫଳରେ ଆପଣ ନିଜକୁ ଦୁର୍ଘଟଣାରୁ ବଞ୍ଚାଇବା ସହିତ ଅତ୍ୟାଦିକ ସ୍ପିଡ଼ ପାଇଁ କଟୁଥିବା ଚାଲାଣ ଠାରୁ ମଧ୍ୟ ରକ୍ଷା ପାଇପାରିବେ।

Chalan

ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ନିଜ ସ୍ମାର୍ଟ ଫୋନରେ ଗୁଗଲ ମ୍ୟାପ୍ ଇଂଷ୍ଟଲ୍ କରି ଖୋଲିବାକୁ ହେବ ଏବଂ ପରେ ସେଠାରେ ଥିବା ପ୍ରୋଫାଇଲ ଆଇକନ୍ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ସେଟିଂସରେ ଥିବା ନେଭିଗେସନ ସେଟିଙ୍ଗକୁ ଯାଇ ସେଠାରେ ସ୍ପିଡ୍‌ ଲିମିଟ ସେଟିଙ୍ଗ ଅପ୍ସନକୁ ସିଲେକ୍ଟ କରିବାକୁ ହେବ। ଏହାପରେ ସେଠାରେ ଥିବା ଡ୍ରାଇଭିଙ୍ଗ ଅପ୍ସନକୁ ଯାଇ ସ୍ପିଡ ଲିମିଟ ଆଣ୍ଡ ସ୍ପିଡିମିଟର ଅପ୍ସନକୁ ଟ୍ୟାପ କରି ଅନ୍ କରନ୍ତୁ। ଏପରି କରିବା ପରେ ଆପଣଙ୍କୁ ଗାଡ଼ି ଚଳାଇବା ସମୟରେ ସ୍ପିଡ ଲିମିଟକୁ ନେଇ ସବିଶେଷ ସୂଚନା ମିଳିପାରିବ।