ଓଡ଼ିଶାରେ‌ ଲଞ୍ଚ ହୋଇଛି 5G ସେବା, କିଛି ସେକେଣ୍ଡରେ ଡାଉନଲୋଡ଼ କରିପାରିବେ ସବୁକିଛି, ଜାଣନ୍ତୁ ଜିଓ ଏୟାରଟେଲ ଗ୍ରାହକ କେମିତି ପାଇବେ ସେବା

 
5G

ଭାରତର ୫୦ ସହରରେ ଆରମ୍ଭ ହୋଇଯାଇଛି ହାଇସ୍ପୀଡ଼ 5g ସେବା। ଦେଶର ଦୁଇ ଅଗ୍ରଣୀ ଟେଲିକମ୍ ସେବା ବିତରଣକାରୀ ସଂସ୍ଥା ଜିଓ ଏବଂ ଏୟାରଟେଲ୍ ବର୍ତ୍ତମାନ ଏହି ସେବା ପ୍ରଦାନ କରୁଥିବା ବେଳେ ଆଗାମୀ ସମୟ ମଧ୍ୟରେ ସାରା ଦେଶରେ ଏହି ସେବା ପ୍ରଦାନ କରାଯିବାର ଲକ୍ଷ ରହିଛି। ଆପଣଙ୍କ ସହରରେ 5G ନେଟ୍‌ୱର୍କ ଆସିବା ମାତ୍ରେ ଏହା ଆପେ ଆପେ ଆପଣଙ୍କ ମୋବାଇଲ ସହ କନେକ୍ଟ ହୋଇଯିବ। 4G ସିମ୍ ଟି 5Gରେ ପରିବର୍ତ୍ତିତ ହୋଇ ସେବା ପ୍ରଦାନ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

5G

ତେବେ, ଗତ ୫ ତାରିଖରେ ରାଜ୍ୟରେ 5G ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ। 4G ଠାରୁ 5G ନେଟୱର୍କ ୨୦-୩୦ ଗୁଣା ଫାଷ୍ଟ ରହିବ ବୋଲି ଟେଲିକମ୍ କମ୍ପାନୀ ତରଫରୁ କୁହାଯାଇଛି। ଜାନୁଆରୀ ୫ରୁ ସଂସ୍ଥା ପକ୍ଷରୁ ବିଭିନ୍ନ ଅଫର ଜାରି କରାଯାଇଛି। ଜିଓ ଉପଭୋକ୍ତା ମାନଙ୍କୁ 4G ପ୍ଲାନ୍‌ରେ 5G ସେବା ପ୍ରଦାନ କରିବ। ଟ୍ଵିନ୍ ସିଟିରେ 5G ସେବା ଆରମ୍ଭ ହେଲେ ଗ୍ରାହକଙ୍କୁ ପାଖାପାଖି 1Gbps ସ୍ପିଡ୍‌ରେ ଇଣ୍ଟରନେଟ୍ ମିଳିବ ବୋଲି ଆଶା କରାଯାଉଛି।

5G services

ଭୁବନେଶ୍ୱର କଟକ ସମେତ ଦିଲ୍ଲୀ ଏନ୍‌ସିଆର୍‌, ମୁମ୍ବାଇ, କୋଲକତା, ବାରାଣାସୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ, ନାଥଦ୍ୱାରା, କୋଚି, ବିଶାଖାପାଟଣା, ବିଜୟୱାଡ଼ା, ଗୁଣ୍ଟୁର, ତିରୁମାଳ, ଭୋପାଲ, ଇନ୍ଦୋର, ଲକ୍ଷ୍ନୌ, ତ୍ରିଭନ୍ଦ୍ରମ୍, ମହିସୁର, ନାସିକ୍, ଔରଙ୍ଗାବାଦ୍, ଚଣ୍ଡିଗଡ଼ ଟ୍ରାଇସିଟି, ମୋହାଲି, ପଞ୍ଚକୁଲା, ଜିରାକପୁର, ଖରାର, ଡରାବସି, ଏବଂ ଗୁଜରାଟର ୩୩ଟି ଜିଲ୍ଲା ମୁଖ୍ୟାଳୟରେ 5G ସେବା ଆରମ୍ଭ ହୋଇଛି।