ଦେଖନ୍ତୁ ଭିଡ଼ିଓ: ମନ୍ଦିରରୁ ଚୋରି କରିବା ପଡିଲା ମହଙ୍ଗା! ନିଜେ ଖୋଲିଥିବା ଗାତରେ ଫସିଗଲା ଚୋର….

 
Thief

ମନ୍ଦିର ଭିତରକୁ ଚୋରି କରିବା ପାଇଁ ପଶିଥିଲା ଚୋର। ଚୋରି କରିବାରେ ମଧ୍ୟ ସଫଳ ହେଲା କିନ୍ତୁ ସେଠାରୁ ବାହାରିବାକୁ ସକ୍ଷମ ହେଲା ନାହିଁ। ମନ୍ଦିରରୁ ଚୋରି କରିବା ଭଳି କୁକର୍ମ କରିଥିବାରୁ ଭଗବାନ ତାକୁ ଶାସ୍ତି ଦେଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଜାମି ୟେଲାମା ମନ୍ଦିରରେ ଏଭଳି ଏକ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମିଳିଥିବା ସୂଚନା ଅନୁଯାଇ ପାପାରାଓ ନାମକ ଏହି ଚୋରଟି ରାତି ଅଧରେ ଚୋରି କରିବା ପାଇଁ ମନ୍ଦିର ଭିତରେ ପଶିଥିଲା। ସେ ମନ୍ଦିର କାନ୍ଥରେ ଏକ ଗାତ କରି ଭିତରକୁ ପଶିଥିଲା। ସେଠାରୁ ସୁନା ଅଳଙ୍କାର ଚୋରି କରିବା ପରେ ସେହି ଗାତ ଦେଇ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରିନଥିଲା। ସେ ସକାଳ ହେବା ପର୍ଯ୍ୟନ୍ତ ସେହି ଗାତରେ ଅଧା ଲଟକି ରହିଥିଲା। ଦେଖନ୍ତୁ ଭିଡ଼ିଓ:-


ସକାଳୁ ସେ କାନ୍ଦୁଥିବା ଏବଂ ସାହାଯ୍ୟ ମାଗୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। କାନ୍ଥ ଡ୍ରିଲ୍ କରି ତାକୁ ବାହାରକୁ ବାହାର କରାଯାଇଥିବା ବେଳେ ତୁରନ୍ତ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ କହିବା ଅନୁଯାଇ ଯୁବକ ଜଣକ ନିଶା ଖାଇବା ପାଇଁ ଚୋରି କରିବାକୁ ପ୍ରୟାସ କରିଥିଲା। ପୂର୍ବରୁ ମଧ୍ୟ ସେ ଏପରି ଭାବରେ ଚୋରି କରିଥିବା ଅଭିଯୋଗ ରହି ଆସିଛି। ପୋଲିସ ଅଧିକ ପଚରା ଉଚରା କରିବା ସହିତ ଚୋରି ହୋଇଥିବା ଅଳଙ୍କାର ଜବତ କରିଛି।